thumbnail

By ETV Bharat Odisha Team

Published : Nov 21, 2023, 10:27 PM IST

ETV Bharat / Videos

ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଗୀତିନାଟ୍ୟ ମହୋତ୍ସବ

ଜଗତସିଂହପୁର: ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଗୀତିନାଟ୍ୟ ମହୋତ୍ସବ ।  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଶାରଳା ଦାସ ସଂସ୍କୃତି ଭବନରେ ଏହି  ମହୋତ୍ସବ  ଆରମ୍ଭ ହୋଇଥିବା ବେଳେ ଏହା ଦୁଇଦିନ ଧରି ଚାଲିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କଳାକାର ଆସି ଗୀତିନାଟ୍ୟ ମଞ୍ଚସ୍ଥ କରିବେ । ରାଜ୍ୟ ସ୍ତରୀୟ ଗୀତିନାଟ୍ୟ ମହୋତ୍ସବର ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲୀପ କୁମାର ରାଉତରାୟ ଯୋଗଦେଇ ରାଜ୍ୟ ସରକାର ପରମ୍ପରା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । 2000 ମସିହାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ସେ ସମୟରେ ସଂସ୍କୃତି ବିଭାଗକୁ ମାତ୍ର ଦୁଇ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଉଥିଲା । ବର୍ତ୍ତମାନ ସମ୍ପର୍କରେ ସଂସ୍କୃତି ବିଭାଗ ପାଇଁ ରାଜ୍ୟ ସରକାର 300 କୋଟିର ବଜେଟ ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ ।

ଚଳିତ ବର୍ଷ ସଂସ୍କୃତି ବିଭାଗ ପକ୍ଷରୁ ଜଗତସିଂହପୁରରେ ରାଜ୍ୟ ସ୍ତରୀୟ ଗୀତିନାଟ୍ୟ ମହୋତ୍ସବ କରାଯିବା ପାଇଁ ନିର୍ଦ୍ଦେଶ ଆସିଥିଲା । ଫଳରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ସହାୟତାରେ ରାଜ୍ୟ ସଂସ୍କୃତି ବିଭାଗ ଏହି ମହୋତ୍ସବ ଆୟୋଜନ କରିଛି । ଆଗାମୀ ଦିନରେ ସାରଳା ଦାସ ସଂସ୍କୃତି ଭବନକୁ ଅଧୁନିକରଣ କରିବା ଦିଗରେ ବିଭାଗ ସହାୟତା ଯୋଗାଇଦେବାକୁ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ପ୍ରକାଶ କରିଥିଲେ । ପରେ କଟକ କଳାକାର ପକ୍ଷରୁ ଅଭିମନ୍ୟୁ ବଧ ଓ ଗୋପାଳ ଦାସ ସ୍ମାରକ କଳା ପରିଷଦ କେନ୍ଦ୍ରାପଡ଼ା ପକ୍ଷରୁ କାଞ୍ଚି କବେରୀ ଅନୁଷ୍ଠିତ ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.....ରଙ୍ଗବତୀ ଲୋକନୃତ୍ୟରେ ଦେଉଲଝରି ମହୋତ୍ସବ ଉଦଯାପିତ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.