ରାମ ମନ୍ଦିରର ଅପୂର୍ବ ଶୋଭା, ଆଲୋକମାଳାରେ ଝଟକୁଛି ଗର୍ଭଗୃହ - ଅଯୋଧ୍ୟା ରାମ ମନ୍ଦିର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-01-2024/640-480-20465961-thumbnail-16x9-djf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 9, 2024, 2:40 PM IST
Visuals of Ayodhya Ram Temple ଲକ୍ଷ୍ନୌ: ହାତରେ ମାତ୍ର ଆଉ ଦିନ କେଇଟା । ଆସନ୍ତା 22 ତାରିଖରେ ସିଂହାସନରେ ବିରାଜିବେ ରାମଲାଲା । ରାମଲାଲାଙ୍କ ଆଗମନ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଛି। ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିରର ରାତ୍ରୀକାଳୀନ ଦୃଶ୍ୟ ସାମ୍ନାକୁ ଆସିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି। ଆଲୋକମାଳାରେ ଝଟକୁଛି ମନ୍ଦିର ପରିସର। ମନ୍ଦିରର କାରୁକାର୍ଯ୍ୟ ସାଙ୍ଗକୁ ଆଲୋକମାଳା ଗର୍ଭଗୃହର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ମନ୍ଦିରରେ ବ୍ୟବହୃତ ହୋଇଥିବା ପଥର ଏବଂ ଗ୍ରାନାଇଟ ରାତିର ଆଲୁଅରେ ପୁରା ଚକ୍ ମକ୍ କରୁଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସେୟାର କରାଯାଇଥିବା ମନମୁଗ୍ଧକର ଭିଡିଓ ସମସ୍ତଙ୍କ ମନକୁ ଛୁଇଁଛି ।
ଏହା ମଧ୍ୟ ପଢନ୍ତୁ: ମଣ୍ଡପଠୁ ଦେବାଦେବୀଙ୍କ ମୂର୍ତ୍ତି, ଜାଣନ୍ତୁ ଅଯୋଧ୍ୟା ରାମ ମନ୍ଦିର ବିଶେଷତା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ