ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଦୀପଦାନ ସହ ଯଜ୍ଞ

By ETV Bharat Odisha Team

Published : Nov 26, 2023, 8:19 PM IST

thumbnail

ପୁରୀ: ଟନେଲରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଶ୍ରୀମନ୍ଦିରରେ ଦୀପଦାନ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ ସହ ଯଜ୍ଞ ଅନୁଷ୍ଠିତ ହୋଇଛି । ଦୀର୍ଘ 15 ଦିନ ହେବ ଟନେଲରେ ଫସି ରହିଛନ୍ତି 41 ଶ୍ରମିକ । ଏଥିସହ ମହାପ୍ରଭୁଙ୍କ ନିକଟରେ ତୁଳସୀ ମଧ୍ୟ ଲାଗି କରାଯାଇଛି । ଶ୍ରୀମନ୍ଦିରର ସିଂହାରୀ ସେବାୟତ ଗଣିନାଥ ସିଂହାରୀଙ୍କ ପକ୍ଷରୁ ଶ୍ରୀମନ୍ଦିର ଅରୁଣସ୍ତମ୍ଭ ସମ୍ମୁଖରେ ଏହି ଯଜ୍ଞ ଓ ଦୀପଦାନ କରାଯାଇଛି । ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ ମାନେ ବହୁତ କଷ୍ଟ ପାଇଲେଣି । ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ମେସିନ ବାରମ୍ବାର ଭାଙ୍ଗୁ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ଏଣୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ସେବାୟତ ମାନେ ପ୍ରାର୍ଥନା କରିଛନ୍ତି । ଏହି ହୋମ ଓ ପ୍ରାର୍ଥନା ଦ୍ଵାରା ଶ୍ରମିକ ମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବେ ବୋଲି ଶ୍ରୀମନ୍ଦିର ସେବାୟତ ଆଶା ରଖିଛନ୍ତି ।‌  

ଏହା ମଧ୍ୟ ପଢ଼ନ୍ତୁ...୧୫ ଦିନ ହେଲା ଅନ୍ଧାରୀ ଟନେଲରେ ଶ୍ରମିକ; ଦେଖନ୍ତୁ ଦୁର୍ଘଟଣାସ୍ଥଳର ଦୃଶ୍ୟ

ତେବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗତ 15 ଦିନ ହେବ ଏକ ଟନେଲରେ ଶ୍ରମିକମାନେ ଫସି ରହିଛନ୍ତି । ତେବେ ଟନେଲ ଭିତରେ 41 ଜଣ ଶ୍ରମିକ ଫସିରହିଛନ୍ତି । 

 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.