thumbnail

By ETV Bharat Odisha Team

Published : Oct 23, 2023, 9:36 PM IST

ETV Bharat / Videos

ଦୁର୍ଗାପୂଜାରେ ଆକର୍ଷଣ ସାଜିଛି ମହାପ୍ରଭୁ ଜଗନ୍ନାଥଙ୍କ 13 ବେଶ

ନିଆଳି: ଚାଲିଛି ମା' ଜଗତଜନନୀଙ୍କ ପୂଜାର୍ଚ୍ଚନା । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ସାଜସଜ୍ଜା, ତୋରଣ ଏବଂ ମୃଣୟୀ ମୃର୍ତ୍ତି ଭକ୍ତମାନଙ୍କୁ ବେଶ୍ ଆକୃଷ୍ଠ କରୁଛି । ନବମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି । ଚଳିତ ବର୍ଷ କଟକ ଜିଲ୍ଲାର ସଦର ଥାନା ଅଞ୍ଚଳରେ ୨୪ଟି ସ୍ଥାନରେ ପୂଜା ପାଉଛନ୍ତି ମା' ଦୁର୍ଗା ଓ ହର ପାର୍ବତୀ ।‌ ନଖରାସ୍ଥିତ ମା' ଜାଗୁଳାଇ ଦୁର୍ଗା ପୂଜା କମିଟିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୩ଟି ବେଶ କରାଯାଇଛି ।  

ସୂଚନା ଅନୁସାରେ ଫୁଲନଖରା ଅଞ୍ଚଳରେ ଆଡମ୍ବର ସହକାରେ ପାଳନ ହେଉଛି ମା' ଦୁର୍ଗାଙ୍କ ପୂଜା । ପ୍ରତ୍ୟେକ ଦୁର୍ଗାପୂଜା ମଣ୍ଡପରେ ଆଜି ମା'ଙ୍କ ନବମୀ ପୂଜା ଚାଲିଛି । ଏହି ଅବସରରେ ନଖରା ଗ୍ରାମରେ ମା' ଜାଗୁଳାଇ ଦୁର୍ଗା ପୂଜା କମିଟି ପକ୍ଷରୁ 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଜଗନ୍ନାଥଙ୍କ ବିଭିନ୍ନ ପ୍ରକାରର ବେଶ ପ୍ରଦର୍ଶନ କରାଯାଇଛି । ସେହିଭଳି 16 ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱର ରାମ ନଗର, ତେଲେଙ୍ଗାପେଣ୍ଠ, ନୂଆଗଡ଼, ପ୍ରତାପ ନଗରୀ, ଭାଣପୁର, ଡାହାଳିଆବାଗ, ଗୋପାଳପୁର ପ୍ରଭୁତି ଗ୍ରାମରେ ଦୂର୍ଗାପୂଜା ଧୁମଧାମରେ ପାଳନ କରାଯାଉଛି । ସକାଳ ହେଲେ ମନ୍ତ୍ରଧ୍ବନିରେ ପରିବେଶ ଆନନ୍ଦମୟ ହୋଇ ଉଠୁଛି । ସନ୍ଧ୍ୟାରେ  ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । କଟକ ସଦର ଅଞ୍ଚଳରେ ସମୁଦାୟ 24ଟି ମଣ୍ଡପ ଥିବା ବେଳେ ସେଥିରୁ 4ଟି ମଣ୍ଡପରେ ମା' ଦୁର୍ଗା ଏବଂ 20ଟି ମଣ୍ଡପରେ ହରପାର୍ବତୀ ପୂଜା ପାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ପୀଠରେ ଆଜି ନବମୀ, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.