ଭଦ୍ରକରେ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୌର୍ଯ୍ୟ ଯାତ୍ରା - ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ

🎬 Watch Now: Feature Video

thumbnail

By

Published : Dec 13, 2022, 8:22 PM IST

Updated : Feb 3, 2023, 8:35 PM IST

ଭଦ୍ରକ : ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଦୀର୍ଘ 500 ବର୍ଷର ସଂଘର୍ଷ ପରେ 1992 ମସିହାରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ଠାରେ ସଙ୍ଗଠିତ ହିନ୍ଦୁ ଶକ୍ତିର ଶୌର୍ଯ୍ୟ ପରାକ୍ରମ ବଳରେ ବାବରୀ ଢାଞ୍ଚା ସମାପ୍ତ ହୋଇଥିଲା । ଏହି ଦିବସକୁ ସୌଦର୍ଯ୍ୟ ଦିବସ ରୂପେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପାଳନ କରି ଆସୁଅଛି । ହିନ୍ଦୁ ସମାଜର ସ୍ବାଭିମାନ ଜାଗରଣ ତଥା ପୁନରୁଥାନ ପାଇଁ ଯେଉଁ ହିନ୍ଦୁମାନେ ସେମାନଙ୍କର ପ୍ରୟାସ, ପରାକ୍ରମ ଓ ବଳିଦାନ ଦେଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସମାଜରେ ନବ ଚେତନାର ଜାଗରଣ ନିମନ୍ତେ ଗତ ଦୁଇ ବର୍ଷ ହେବ ବଜରଙ୍ଗ ଦଳ ନେତୃତ୍ବରେ ଶୌର୍ଯ୍ୟ ଯାତ୍ରା କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ମର୍ମରେ ଭଦ୍ରକ ଛପୁଲିଆସ୍ଥିତ ଶିଶୁ ମନ୍ଦିରରେ ଶୌର୍ଯ୍ୟ ଯାତ୍ରା ଆରମ୍ଭ ହୋଇ ନଗର ପରିକ୍ରମା କରି ପୁନଃ ସେଠାରେ ସମାପନ ହୋଇଥିଲା । ଏହି ଶୋଭାଯାତ୍ରା ତଥା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାରକ ମାନସ ମହାନ୍ତିଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ । ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.