ଅଙ୍ଗନୱାଡି କେନ୍ଦ୍ରରେ ଛପିଥିଲା ଅଜଗର - ଢେଙ୍କାନାଳ ଅଙ୍ଗନୱାଡି କେନ୍ଦ୍ରରୁ ଅଜଗର ଉଦ୍ଧାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 7, 2023, 9:01 PM IST

ଢେଙ୍କାନାଳ: ଅଙ୍ଗନୱାଡି କେନ୍ଦ୍ରରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର ସାପ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନମ୍ବର ଓ୍ବାର୍ଡରେ । ତେବେ ଆଜି ସକାଳ ଦଶଟା ସମୟରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ନେଇ ସେଣ୍ଟରକୁ ଯାଇ କବାଟ ଖୋଲିଥିଲେ । ପିଲାମାନଙ୍କୁ ବାହାରେ ଛାଡି ଘର ଝାଡୁ କରିବା ସମୟରେ ପିଲାମାନଙ୍କର ଖାଦ୍ୟ ବସ୍ତା ନିକଟରେ ସାପଟିକୁ ଦେଖିଥିଲେ ।  

ଅଙ୍ଗନୱାଡି ଦିଦି ତୁରନ୍ତ ପିଲାମାନଙ୍କୁ ସେଠାରୁ ନେଇ ଦୂରକୁ ନେଇ ପଳାଇଯାଇ ଥିଲେ । ପରେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ ।  ଲୋକମାନେ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଭୁବନ ବନବିଭାଗକୁ ଖବର ଦେଇଥିଲେ । ତେବେ ଖବର ପାଇ ଭୁବନ ବନବିଭାଗରେ କାର୍ଯ୍ୟରତ ଥିବା ୱାଇଲ୍ଡ ଲାଇଫ ସ୍ନେକ ହେଲପ୍ ସଦସ୍ୟ ବିକାଶ ଜେନା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଅଜଗର ସାପଟିର ଲମ୍ବ ପାଞ୍ଚ ଫୁଟ ଥିବାବେଳେ ତାର ବୟସ ତିନିରୁ ଚାରି ମାସ ହେବ ବୋଲି କହିଛନ୍ତି ବିକାଶ  । ସାପଟିକୁ ସୁରକ୍ଷିତ ଭାବରେ ନିକଟସ୍ଥ ଭାରତୀ ପାହାଡରେ ଛଡାଯାଇଛି । ଯେଉଁଠାରୁ ସାପ ଉଦ୍ଧାର କରାଗଲା ସେହି ରୁମରେ ଅନେକ ଅଦରକାରୀ ଜିନିଷପାତ୍ର ଗଦା ହୋଇଛି l ଯାହାଫଳରେ ସେଠାରେ ସାପଟି ପସିଯାଇଥିଲା । ଅସ୍ୱାସ୍ଥ୍ୟ କର ପରିବେଶରେ ଚାଲିଥିବା  ଆଗନୱାଡି କେନ୍ଦ୍ରରେ ଛୋଟ ଛୁଆମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ଏହାକୁ ନେଇ  ପ୍ରଶ୍ନ ଉଠିଛି ।  

ଏହା ମଧ୍ୟ ପଢ଼ନ୍ତୁ.......Watch: ବୋଲେରୋ ବନେଟ ଭିତରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

ଇଟିଭି ଭାରତ, ଢେଙ୍କାନାଳ

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.