ବିଲ ଗେଟ୍ସଙ୍କୁ ଖେଚୁଡା ତଡକା ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ - ଖେଚୁଡିରେ ଛୁଙ୍କ ପ୍ରସ୍ତୁତ କରିଛନ୍ତି ବିଲ ଗେଟ୍ସ
🎬 Watch Now: Feature Video
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଖେଚୁଡିରେ ଛୁଙ୍କ କରିବା ଶିଖାଇଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ଏନେଇ ଏକ ଭିଡିଓ ମନ୍ତ୍ରୀ ଇରାନୀ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, "ଭାରତର ସୁପର ଫୁଡ ଓ ଏହାର ପୋଷଣ ତତ୍ତ୍ବକୁ ପ୍ରଶଂସା କରିବା । ଶ୍ରୀ ଅନ୍ନ ଖେଚୁଡିରେ ବିଲ ଗେଟ୍ସଙ୍କ ତଡକା!" ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
କେନ୍ଦ୍ରମନ୍ତ୍ରୀ ସେୟାର କରିଥିବା ଭିଡିଓରେ ଦେଖାଦେଇଛି ଯେ, ଶ୍ରୀ ଅନ୍ନ ଖେଚୁଡିରେ ଛୁଙ୍କ ପ୍ରସ୍ତୁତ କରିଛନ୍ତି ବିଲ ଗେଟ୍ସ । ପାଖରେ ରହି ମନ୍ତ୍ରୀ ସ୍ମୃତି ଇରାନି ତାଙ୍କୁ ସାହାଯ୍ୟ କରିବା ସହ ଶିଖାଇଛନ୍ତି । ବିଲ ଗେଟ୍ସ ତଡକା ମାରିଥିବା ବେଳେ ସ୍ମୃତି ଇରାନି ତାହାକୁ ଖେଚୁଡିରେ ଭଲ ଭାବରେ ମିଶାଇଥିଲେ । ଏହା ପରେ ଏକ ପାତ୍ରରେ ଶ୍ରୀ ଅନ୍ନ ଖେଚୁଡି ନେଇ ବିଲ ଗେଟ୍ସ ଚାଖିଥିଲେ । ଏହାପରେ ସେ କେତେ ଖୁସି ଥିଲେ ତାହା ଏହି ଭିଡିଓରୁ ହିଁ ସ୍ପଷ୍ଟ ଜଣାପଡୁଛି । କେନ୍ଦ୍ରମନ୍ତ୍ରୀ ଏହି ଭିଡିଓ ସେୟାର କରିବା ପରେ ବର୍ତ୍ତମାନ ସୁଦ୍ଧା ୪୩୩ ହଜାର ଲୋକ ଦେଖିସାରିଥିବା ବେଳେ ୟୁଜର୍ସଙ୍କ କମେଣ୍ଟ ସହ ରିଟ୍ବିଟର ବର୍ଷା ହେଉଛି ।
ପ୍ରକାଶଥାଉକି, ଭାରତ ଗସ୍ତରେ ଆସିଥିବା ବିଲ ଗେଟ୍ସ ଏକ ଅଭିଯୋନରେ ଯୋଗ ଦେଇଥିଲେ । ସ୍ମୃତି ଇରାନୀ ଏହି ଅଭିଯାନର ନେତୃତ୍ବ ନେଇଥିଲେ ।