ବିଦାୟ ନେବେ ଜଗତଜନନୀ, ସାଧବା ଖେଳିଲେ ସିନ୍ଦୁର ଖେଳ - ବାଲେଶ୍ଵର ଦୁର୍ଗାପୂଜା ସିନ୍ଦୁର ଖେଳ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 24, 2023, 4:38 PM IST

ବାଲେଶ୍ଵର: ପବିତ୍ର ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ । ଏନେଇ ବାଲେଶ୍ଵରର ବିଭିନ୍ନ ପୂଜା ମଣ୍ଡପରେ ସଧବା ମହିଳାମାନେ ସିନ୍ଦୁର ଖେଳି ମା'ଙ୍କୁ ମେଲାଣି ଦେଉଛନ୍ତି । ସମସ୍ତ ରୀତିନୀତିରେ ମା' ଦୁର୍ଗାଙ୍କ  ପୂଜା ସମ୍ପନ୍ନ ହେବାପରେ ମା'ଙ୍କୁ ଅପରାଜିତା ବେଶ କରାଯାଇଥିଲା । ଚଳିତ ବର୍ଷ ମା' ଦୋଳରେ ମେଲାଣି ନେବାକୁ ଥିବା ବେଳେ ଭକ୍ତଙ୍କ ମନରେ ମା'ଙ୍କ ମେଲାଣିକୁ ନେଇ ଦୁଃଖ ଭରି ଥିବା ଦେଖିବାକୁ ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ....ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ସମ୍ବଲପୁରର ବଙ୍ଗୀୟ ମହିଳା

ପରମ୍ପରା ଅନୁଯାୟୀ ଝିଅ ବାହାଘରରେ ଯେଭଳି ମନଦୁଃଖ ଥାଏ ଏବଂ ଖୁସି ମଧ୍ୟ ଥାଏ, ସେହିଭଳି ମା' ଦୁର୍ଗାଙ୍କ ଆଗମନକୁ ନେଇ ଖୁସିର ମାହୋଲ ଥିବାବେଳେ ଥିଲା ତାଙ୍କ ବିଦାୟରେ ଦୁଃଖ ମଧ୍ୟ ଦେଖିବାକୁ ମିଳିଛି । ପରସ୍ପରକୁ ସିନ୍ଦୁର ଲଗାଇବା ପରେ ବଡ଼ ଲୋକମାନଙ୍କ ଆଶୀର୍ବାଦ ନେଇଛନ୍ତି ମହିଳା । ବାପଘରୁ ମା'ଙ୍କୁ ମେଲାଣି ଦିଆଯାଉଥିବା ବେଳେ ପୁଣି ଆର ବର୍ଷକୁ ଅପେକ୍ଷାରେ ରହିଛନ୍ତି ଭକ୍ତ । ମା'ଙ୍କ ଭସାଣି ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସିନେମା ଛକ ନିକଟରେ ସବୁ ମେଢ଼ ଏକଜୁଟ ହୋଇ ଭସାଣ ଉତ୍ସବରେ ସାମିଲ ହେବେ । ଭସାଣି ପାଇଁ ବାଲିଘାଟ ଏବଂ ନୁଣିଆଯୋଡି ଠାରେ ବ୍ୟବସ୍ଥା କରାଯାଇଛି । ବାଲେଶ୍ଵର ସହରରେ ସମୁଦାୟ 95 ଟି ମେଢ଼ ଦୁଇଦିନରେ ଭସାଣ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.