Vandalism in UK: ଦିଲ୍ଲୀରେ ବ୍ରିଟିଶ ଦୂତାବାସ ସମ୍ମୁଖରେ ଶିଖ ସମ୍ପ୍ରଦାୟର ବିକ୍ଷୋଭ - ଦିଲ୍ଲୀରେ ଶିଖ ସମ୍ପ୍ରଦାୟର ବିକ୍ଷୋଭ
🎬 Watch Now: Feature Video
ନୂଆଦିଲ୍ଲୀ: ଲଣ୍ଡନରେ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାର ପ୍ରଭାବ ନୂଆଦିଲ୍ଲୀରେ ଅନୁଭୂତ ହୋଇଛି । ଦିଲ୍ଲୀରେ ଅବସ୍ଥାପିତ ବ୍ରିଟଶ ଦୂତାବାସ ସମ୍ମୁଖରେ ଶିଖ୍ ମମ୍ପ୍ରଦାୟ ବିକ୍ଷୋଭ ପ୍ରଦର୍ଶନ କରିଛି । ଶତାଧିକ ଶିଖ ହାତରେ ତ୍ରିରଙ୍ଗା ଓ ଖଲିସ୍ତାନୀ ବିରୋଧୀ ପ୍ଲାକକାର୍ଡ ସହ ବିକ୍ଷୋଭ କରିବା ସହ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ପୋଲିସ ସେମାନଙ୍କୁ ବାଧା ଦେଇଛି । ବ୍ରିଟିଶ ଦୂତାବାସ ବାହାରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।
ଆଜି(ସୋମବାର) ପୂର୍ବାହ୍ନରେ ଖଲିସ୍ତାନୀ ସମର୍ଥକଙ୍କ ଏକ ଗୋଷ୍ଠୀ ହାତରେ ଖଲିସ୍ତାନୀ ପତାକା ଧରି ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ପହଞ୍ଚିଥିଲେ । ଦୂତାବାସରେ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗାକୁ ମଧ୍ୟ କାଢି ଫିଙ୍ଗି ଦେଇଥିଲେ । ଯାହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନ ଉପ-ଉଚ୍ଚାୟୁକ୍ତଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ