ବାଲୁକାକଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଦେଖନ୍ତୁ ଭିଡିଓ - puri news

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 16, 2024, 10:11 PM IST

Shrimandir Parikrama project; ପୁରୀ: ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଉଦଘାଟନକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ତେବେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏହି ଅବସରରେ ଏକ ସୁନ୍ଦର କଳାକୃତି କରିଛନ୍ତି । ସେ ବାଲୁକାରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଏକ ଅବିକଳ ପ୍ରତିକୃତି ନିର୍ମାଣ କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହେଇଛି । ଏହି ବାଲୁକା କଳାରେ ସୁଦାମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବିକଳ ରୂପରେଖକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି । ତେବେ ଏହି ସୁନ୍ଦର କଳାକୃତିକୁ ନିର୍ମାଣ କରିବା ପାଇଁ ତାଙ୍କୁ 7ଦିନ ଲାଗିଛି । ଦୈନିକ 12 ରୁ 13 ଘଣ୍ଟା ନିଜ ସହଯୋଗୀଙ୍କ ସହ କାମ କରି ଏହି ଚମତ୍କାର ବାଲୁକା କଳାକୁ ଗଢ଼ିବାରେ ସଫଳ ହୋଇଛନ୍ତି ସୁଦାମ । ଏହି ବାଲୁକା କଳାର ଦୈର୍ଘ୍ୟ 8 ଫୁଟ୍, ପ୍ରସ୍ଥ 8 ଫୁଟ୍ ଓ ଉଚ୍ଚତା ମାତ୍ର ୨.୫ ଫୁଟ୍ ରହିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତ ବେଶ ଉପକୃତ ହେବେ । ଏଥିପାଇଁ ଶିଳ୍ପୀ ସୁଦାମ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।


ଏହା ମଧ୍ୟ ପଢନ୍ତୁ :-  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ


ତେବେ ଆସନ୍ତାକାଲି (୧୭ ତାରିଖ, ବୁଧବାର) ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅପରାହ୍ନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ । ଏଥିସହ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ସେହିପରି ୨ଟା ରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨ଟା ୩୦ ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.