ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି, ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

By

Published : May 2, 2023, 4:19 PM IST

thumbnail

ରାଇରଙ୍ଗପୁର :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଆସନ୍ତା ୪ ଓ ୫ ତାରିଖ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ଏନେଇ ସୂଚନା ଦେଇଛନ୍ତି ।  ଶିମିଳିପାଳ ଅଭୟାରଣ୍ୟକୁ ରାଷ୍ଟ୍ରପତି  ପ୍ରଥମ ଥର ଆସୁଥିବା ନେଇ  ଗର୍ବ ଓ ଗୌରବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଗୋଗିନେନୀ କହିଛନ୍ତି । ରାଷ୍ଟ୍ରପତି ମୁର୍ମୁ ୪ ତାରିଖ ପୂର୍ବାହ୍ନରେ ଯଶିପୁର ବ୍ଲକ ଅନ୍ତର୍ଗତ ଛେଳିଗୁଦୁରି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରୁ ଓହ୍ଲାଇ ସଡକ ପଥରେ ସ୍ବତନ୍ତ୍ର ଗାଡିରେ ଶିମିଳିପାଳ ଗସ୍ତ କରିବେ। ସେହିପରି  ଅପରାହ୍ନରେ ପୁନର୍ବାର ଯଶୀପୁର ହ୍ୟାଲିପେଡ କୁ ଫେରିବା କାର୍ଯ୍ୟକ୍ରମ ରହିଛି । ପରେ ସେଠାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, ରାଇରଙ୍ଗପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.