ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦଘାଟିତ - ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠି ଯୋଗିନୀ ପୀଠ
🎬 Watch Now: Feature Video
Published : Dec 24, 2023, 11:45 AM IST
Chausathi Jogini Festival: ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରର ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠି ଯୋଗିନୀ ପୀଠରେ ଗତକାଲି(ଶନିବାର) ସନ୍ଧ୍ୟାରେ ଆରମ୍ଭ ହୋଇଛି ସପ୍ତଦଶ ମହୋତ୍ସବ l ଏହି ମହୋତ୍ସବର ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ନୃତ୍ୟ, ଗୁରୁ ପ୍ରତିଭା ପଣ୍ଡାଙ୍କ ଗଣେଶ ବନ୍ଦନା ନୃତ୍ୟରେ ଝୁମିଥିଲେ ଦର୍ଶକ l ଭୁବନେଶ୍ବର ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟ ପ୍ରତିଭାର ଗୁରୁ ପ୍ରତିଭା ପଣ୍ଡା ଏବଂ ତାଙ୍କ ସାଥିମାନେ ଆଉ ଏକ ଦଳଗତ ନୃତ୍ୟ ନାଟିକା କାଞ୍ଚି ଅଭିଯାନ ପରିବେଷଣ କରିଥିଲେ l ସେହିପରି କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଓ କ୍ରିଷ୍ଣା ପ୍ରିୟା ମିଶ୍ର ମାଆଙ୍କ ବନ୍ଦନା ମାଲୋ ମା’ ଦଶଭୂଜା, ଶ୍ରୀଜଗନ୍ନାଥ, କରୁଣାମୟୀ ପରିବେଷଣ କରିଥିଲେ l ତା'ପରେ ଛତିଶଗଡ଼ ରାୟପୁର ଅଞ୍ଚଳର କଥକ ନୃତ୍ୟ ଗୁରୁ ଡ. ଅନୁରାଧା ଦୁବେଙ୍କ ଦଳଗତ କଥକ ନୃତ୍ୟରେ ରାଧାକୃଷ୍ଣଙ୍କ ପ୍ରେମ ବିରହ ନୃତ୍ୟ ପରିବେଷଣ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ', ସୃଷ୍ଟି କରୁଛି ଶ୍ରୀକ୍ଷେତ୍ରର ଭ୍ରମ
କୋଲକାତାର ଗୁରୁ ସର୍ମିଳା ବିଶ୍ବାସ ‘‘କଥା ସୂର୍ପଣଖା’’ ବିଷୟ ବସ୍ତୁ ପରିବେଷଣ କରିଥିଲେ । ତେବେ ଚଳିତ ବର୍ଷ ଏହି ସପ୍ତଦଶ ନୃତ୍ୟ ପ୍ରତିଭା ସମ୍ମାନରେ ସର୍ମିଳାଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ସୋନପୁର ଅଞ୍ଚଳର ସମ୍ବଲପୁର ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା l ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନା ଖାଁ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏକ ଦୈନିକ ଖବରକାଗଜର କାର୍ଯ୍ୟକାରୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ ।
ଇଟିଭି ଭାରତ, ନିଆଳି