ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ମା' ସମଲେଶ୍ବରୀଙ୍କ ନିକଟକୁ ଆସିଲା ନିଉତା

By ETV Bharat Odisha Team

Published : Dec 27, 2023, 9:06 PM IST

thumbnail

Servitors Invitated Maa Samaleswari to Srimandir Parikrama Project; ସମ୍ବଲପୁର: ଶ୍ରୀମନ୍ଦିରରୁ ଆସିଛି ନିଉତା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାରୋହକୁ ମା' ସମଲେଇଙ୍କୁ ସାଦର ନିମନ୍ତ୍ରଣ କଲେ ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତ । 2024 ଜାନୁଆରୀ 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମହାଯଜ୍ଞ ମହୋତ୍ସବରେ ସାମିଲ ହେବେ ଦେଶର ବହୁ ଧର୍ମାନୁଷ୍ଠାନର ପଣ୍ଡିତମାନେ । ଅନ୍ୟପଟେ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ମନ୍ଦିର ଯାଇ ଦେବ ନିମନ୍ତ୍ରଣ କରୁଛନ୍ତି ଶ୍ରୀମନ୍ଦିର ସେବାୟତ ।  

ଏହି ପରିପ୍ରେକ୍ଷୀରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତ ଗଣ ମା' ସମଲେଶ୍ବରୀଙ୍କୁ ଦର୍ଶନ କରି ଦେବ ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା' ସମଲେଶ୍ବରୀଙ୍କ ପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ପ୍ରମୁଖ ଉପସ୍ଥିତ ରହି ସେବାୟତ ମାନଙ୍କୁ ସମଲେଶ୍ବରୀଙ୍କ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର ପକ୍ଷରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ, ରେଢ଼ାଖୋଲର ଜଗନ୍ନାଥ ମନ୍ଦିରରେ ଦେବ ନିମନ୍ତ୍ରଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ପାରଳା ମହାଦେଇଙ୍କୁ ନିମନ୍ତ୍ରଣ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.