ସ୍କୁଲରେ ଶିକ୍ଷକ ଅଭାବ, ତାଲା ପକାଇଲେ ଛାତ୍ରଛାତ୍ରୀ - କଟକ
🎬 Watch Now: Feature Video
Published : Sep 8, 2023, 8:19 PM IST
କଟକ: ଶିକ୍ଷକ ଅଭାବକୁ ନେଇ ଅଭିଭାବକ, ପରିଚାଳନା କମିଟି ସ୍କୁଲ୍ରେ ପକାଇଲେ ତାଲା । ସ୍କୁଲ୍ ଆଗରେ ଧାରଣା ଦେଲେ କୁନିକୁନି ଛାତ୍ରଛାତ୍ରୀ ।ଗୋଟିଏ ପଟେ ରାଜ୍ୟ ସରକାର ସ୍କୁଲକୁ 5T ଅଧୀନକୁ ଆଣି ରୂପାନ୍ତରିତ କରି ସ୍ମାର୍ଟ ଶ୍ରେଣୀଗୃହରେ ପରିବର୍ତ୍ତନ କରାଯାଉଥିବା ଡିଣ୍ଡିମ ପିଟୁଥିବାବେଳେ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡି ଦେଖିବାକୁ ମିଳୁଛି । ସେହିପରି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଗେଟରେ ତାଲା ପକାଇଛି ବିଦ୍ୟାଳୟ ପରିଚାଳନା କମିଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସଦର ବ୍ଲକ କନ୍ଦରପୁର ଜୋନ୍ ଅନ୍ତର୍ଗତ ଫକୀରପଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ।
ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି କିନ୍ତୁ ଶିକ୍ଷକ ମାତ୍ର ୪ ଜଣ ଅଛନ୍ତି । ଯାହା ଫଳରେ ପିଲାମାନେ ଶିକ୍ଷା ଗ୍ରହଣ କରିବାରେ ବହୁ ବାଧା ସୃଷ୍ଟି ହେଉଛି । ପରିଚାଳନା କମିଟି ବାରମ୍ବାର ଶିକ୍ଷା ଅଧିକାରୀଙ୍କୁ ଭେଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ନିଯୁକ୍ତି କରାଯିବାକୁ ନିବେଦନ କରିଥିଲେ ବି ଦାବି ପ୍ରତି କର୍ଣ୍ଣପାତ କରିବାରୁ ନଥିବା ଅଭିଯୋଗ ହୋଇଛି ।
ଏହା ବି ପଢ଼ନ୍ତୁ: ନୂତନ ନିଯୁକ୍ତି ଦାବିରେ ହୋମିଓପାଥି କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଯାହାଫଳରେ ବାଧ୍ୟ ହୋଇ ପିଲାମାନଙ୍କ ଭବିଷ୍ୟତକୁ ସୁଧାର କରିବା ପାଇଁ ସ୍କୁଲ ଗେଟ୍ରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ । ଏହାସହ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭର ଏକ ଘଣ୍ଟା ପରେ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳେ ପହଞ୍ଚି ପରିଚାଳନା କମିଟି ସହିତ ଆଲୋଚନା କରି ୧୫ଦିନ ଭିତରେ ଶିକ୍ଷକ ନିଯୁକ୍ତି କରାଯିବ ପ୍ରତିଶୃତି ମିଳିବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ସରକାର ଶିକ୍ଷା ବ୍ୟବସ୍ଥାକୁ ଏତେ ଗୁରୁତ୍ୱ ଦେଉଥିଲାବେଳେ କୁନି କୁନି ପିଲାଙ୍କ ଭବିଷ୍ୟତ ଅନ୍ଧକାର ମୁହାଁ । ତେବେ ଏହି ଦିଗରେ ଯଥା ସମ୍ଭବ ଦୃଷ୍ଟି ଦେବାକୁ ସ୍ଥାନୀୟ ପ୍ରଶାସନକୁ ଦାବି କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।
ଇଟିଭି ଭାରତ,କଟକ