Watch: ଶ୍ରାବଣ ଚତୁର୍ଥ ସୋମବାର, ଦର୍ଶନ କରନ୍ତୁ ମହାକାଳଙ୍କ ଭସ୍ମ ଆଳତୀ

By

Published : Jul 31, 2023, 11:28 AM IST

thumbnail

ଭୋପାଳ: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର । ମହାଦେବଙ୍କ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଅନ୍ୟତମ । ଶ୍ରାବଣ ମାସର ଚତୁର୍ଥ ସୋମବାର ଅବସରରେ ଭୋଳାବାବାଙ୍କ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଛି । ଏହି ପବିତ୍ର ମାସରେ ମହାକାଳେଶ୍ବରଙ୍କ ଆରାଧନା କଲେ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ନୀତିନିୟମ ଅନୁସାରେ ଆଜି ସକାଳୁ ମନ୍ଦିରର କବାଟ ଖୋଲିବା ପରେ ବାବା ମହାକାଳେଶ୍ବରଙ୍କ ଅଭିଷେକ କରାଯାଇଥିଲା । ପୂଜାରୀମାନେ ମହାକାଳଙ୍କ କୋଟି ତୀର୍ଥ କୁଣ୍ଡ ଉପରେ ଜଳାଭିଷେକ କରିଥିଲେ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ମହାକାଳଙ୍କ ଦର୍ଶନ କରିଥିଲେ ।  

ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବାକୁ ବିଭିନ୍ନ ଜଳାଶୟରୁ ପାଣି ଭୋଳାବାବାଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କଲେ ମନୋବାଞ୍ଛା ପୂରଣ କରନ୍ତି ଶିବ । ଶ୍ରାବଣ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ  ନଗର ପରିକ୍ରମାରେ ଯାଆନ୍ତି । ସେହିପରି  ଶ୍ରାବଣର ଚତୁର୍ଥ ସୋମବାରରେ ବାବା ମହାକାଳେଶ୍ବର ଭକ୍ତମାନଙ୍କୁ ଚାରୋଟି ଭିନ୍ନ ରୂପରେ ଦର୍ଶନ ଦେବେ  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.