G20 Summit: ଦିଲ୍ଲୀରେ ପହଞ୍ଚିଲେ ସାଉଦ ଆରବ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Sep 9, 2023, 9:56 AM IST

thumbnail

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ । ଏକାଠି ହେବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ । ଏଥିପାଇଁ ଆଜି ସାଉଦ ଆରବ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ୍ ସାଉଦ ଦିଲ୍ଲୀରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଅବତରଣ କରିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କୁ ସ୍ବାଗତ କରିଥିଲେ । ତାଙ୍କର ସ୍ବାଗତ ପାଇଁ ଭାରତର ପାରମ୍ପିରକ ନୃତ୍ୟ ପରିବେଷଣ ହୋଇଥିଲା । ତେବେ ୨୦୧୯ ପରେ ସାଉଦି ଆରବ ପ୍ରିନ୍ସ ପ୍ରଥମ ଥର ଭାରତ ଆସିଛନ୍ତି । ଆଜିଠୁ ପ୍ରଗତି ମୈଦାନର ସୁସଜ୍ଜିତ ଭାରତ ମଣ୍ଡପମରେ ଦୁଇ ଦିନ ଧରି ଜି-୨୦ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ସାମିଲ ହେବାକୁ କାଲିଠୁ ବଡ ବଡ ବିଶ୍ବନେତାମାନଙ୍କ ଭାରତ ଆଗମନ ଜାରି ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସମେତ ଅନ୍ୟାନ୍ୟ ବିଶ୍ବ ନେତୃବନ୍ଦ ଦିଲ୍ଲୀରେ ପହଞ୍ଚିଥିଲେ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.