thumbnail

ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

By ETV Bharat Odisha Team

Published : Oct 23, 2023, 8:10 AM IST

Updated : Oct 23, 2023, 12:32 PM IST

ବଲାଙ୍ଗୀର: ଦଶହରାକୁ ନେଇ ଚଳଚଞ୍ଚଳ ଗାଁଠୁ ସହର। ରବିବାର ମଣ୍ଡପଗୁଡିକରେ ଦେବୀ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଶେଷ ହୋଇଛି । ଶାରଦୀୟ ଦୁର୍ଗାପୂଜାରେ ମା ଦୁର୍ଗାଙ୍କ ଆଗମନ ପରେ ବଲାଙ୍ଗୀର ସହର ଭକ୍ତି ମୟ ହୋଇ ଉଠିଛି । ତନ୍ତ୍ରମନ୍ତ୍ରରେ ସାରା ସହର ଗୁଞ୍ଜରିତ ହେଉଛି । ତେବେ ଏହାରି ମଧ୍ୟରେ ଶୁଭ ମୁହୂର୍ତ୍ତରେ ମା'ଙ୍କ ସନ୍ଧି ପୂଜା ସମ୍ପନ୍ନ ହୋଇଛି ।  ଅଷ୍ଟମୀ ତିଥି ସରିବା ଓ ନବମୀ ତିଥି ପ୍ରବେଶ ମୁହୂର୍ତ୍ତରେ ମାଙ୍କ ଏହି ସନ୍ଧି ପୂଜା ହୋଇଥାଏ । ଯେଉଁଥିରେ 108 ପ୍ରକାର ପୁଷ୍ପ ଫଳ ଓ ଭୋଗ ମା'ଙ୍କ ଠାରେ ଲାଗି ହୋଇଥାଏ । ଭକ୍ତ ମାନେ ମଧ୍ୟ ଏହି ମୁହୂର୍ତ୍ତରେ ମନାସି ମଣ୍ଡପରେ ମାଙ୍କ ପୂଜାରେ ସାମିଲ ହୋଜ ଥାଆନ୍ତି । ଏହି ପୂଜନରେ ମା ସମସ୍ତଙ୍କ ଦୁଃଖ ହରଣ କରି ମାନସିକ ପୂରଣ କରିଥାଆନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । ତେଣୁ  ବଲାଙ୍ଗୀର ସବୁ ଦୁର୍ଗା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂଜା ସାଙ୍ଗକୁ ବଲାଙ୍ଗୀରର ବିଭିନ୍ନ ପୂଜା କମିଟିର ସ୍ୱତନ୍ତ୍ର ମେଢ଼ ତୋରଣ ଭକ୍ତଙ୍କୁ ବେଶ ଆକୃଷ୍ଟ କରିଛି ।  ରୁଗୁଡି ପଡାର ଭବ୍ୟ ମଣ୍ଡପ ସାଙ୍ଗକୁ ଲାଇଟ ସାଜସଜ୍ଜା ଭକ୍ତଙ୍କୁ ବେଶ ଆକୃଷ୍ଟ କରିଛି ।  

ଏହା ମଧ୍ୟ ପଢନ୍ତୁ-ମଣ୍ଡପରେ ଚୁଡ଼ି ଓ ପରୀ ମହଲରେ ମା’ ଦୁର୍ଗା: ସନ୍ଧି ପୂଜା କରି ପରିବାରର ମଙ୍ଗଳ ମନାସୁଛନ୍ତି ମହିଳା

ପାଲେସ ଲାଇନ ପୂଜା କମିଟି ଏଥର ମଧ୍ୟ ମା'ଙ୍କ ନବ ଦିନାତ୍ମକ ପୂଜା କରୁଥିବା ବେଳେ ଭବ୍ୟ ମେଢ଼ ସହ କେଦାର ନାଥ ମନ୍ଦିର ସଦୃଶ ତୋରଣ ବେଶ ମନ ଛୁଆଁ ହୋଇଛି । ସେହିପରି ରାଜେନ୍ଦ୍ର ପଡ଼ା ଦୁର୍ଗା ପୂଜା କମିଟି ଏଥର ଅଯୋଧ୍ୟା ରାମ ମନ୍ଦିର ସଦୃଶ ବିରାଟ ତୋରଣ ତିଆରି କରିଛି । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିଛି । ଜଗନ୍ନାଥପଡ଼ା ଦୁର୍ଗା ପୂଜା କମିଟି ଏଥର ନିଜର ସ୍ୱତ ପ୍ରଚେଷ୍ଠାରେ ଚାରି ଧାମ ସଦୃଶ ତୋରଣ ତିଆରି କରିଛି । ପୁରୀ ଜଗନ୍ନାଥ ଧାମର ମୁଖ୍ୟ ତୋରଣ ସମସ୍ତଙ୍କୁ ବେଶପସନ୍ଦ ଆସିଛି ।  

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 23, 2023, 12:32 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.