ବାଲୁକା ଚିତ୍ରକଳାରେ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ - ନୂଆଁଖାଇ 2023

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 20, 2023, 10:00 AM IST

ପୁରୀ: ସମର୍ପଣର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ପଶ୍ଚିମ ଓଡିଶାର କୃଷିଭିତ୍ତିକ ରଜା ପର୍ବ ନୂଆଁଖାଇ ପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ଏ ମହାନ ପର୍ବ ନେଇ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳଭୂମିରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରି ନୂଆଖାଇ ପର୍ବର ଶୁଭେଛା ଦେଇଛନ୍ତି । ପୁରୀର ନିଳାଦ୍ରୀ ବିଚରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଦ୍ରବ ଶୁକ୍ଳ ପକ୍ଷ ପାଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଲୋକେ ପାଳନ କରି ଆସୁଛନ୍ତି । ଏହି ପର୍ବର ନାଁ ଭଳି ଏଥିରେ ସବୁ କିଛି ନୂଆଁ ହୋଇଥାଏ । ପରିବାରର ସମସ୍ତେ ନୂଆବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି । ନୂଆବସ୍ତ୍ର ପିନ୍ଧି ନୂତନ ଭାବେ ଅମଳ ହୋଇଥିବା ଖାଦ୍ୟ ଶସ୍ୟକୁ ନିଜ ନିଜ ଇଷ୍ଟ ଦେବା ଦେବୀଙ୍କୁ ନୈବେଦ୍ୟ ଆକାରରେ ଅର୍ପଣ କରି ଏହାକୁ ପ୍ରସାଦ ଆକାରରେ ପରିବାର ସମସ୍ତେ ଏକାଠି ବସି ଗ୍ରହଣ କରିବାକୁ ହିଁ ନୂଆଁଖାଇ କୁହାଯାଏ । ଏହା ପରେ ପରିବାରର ବରିଷ୍ଠମାନଙ୍କୁ ଜୁହାର ହେବା ଓ ବରିଷ୍ଠମାନେ କନିଷ୍ଠମାନଙ୍କୁ ଆଶୀର୍ବାଦ ଦେବାର ଏହାର ଆଉ ଏକ ମୌଳିକତା । ସେଥିପାଇଁ ଏହି ପର୍ବ ପାଳନ କରିବାକୁ ହେଲେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ପଡିଥାଏ । ଏହା ହେଉଛି ନୂଆଁଖାଇର ପରମ୍ପରା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.