thumbnail

ବାଲୁକା କଳାରେ ମହାବୀର ହନୁମାନ ଓ ଓଡିଆ ନବବର୍ଷର ଦେଲେ ଶୁଭେଚ୍ଛା ସୁଦର୍ଶନ

By

Published : Apr 14, 2023, 7:45 AM IST

ପୁରୀ: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି । ଆଜିର ଦିନକୁ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ଅନ୍ୟପଟେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ । ତେଣୁ ଆଜିର ଦିନକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଓଡିଶା ନବବର୍ଷକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା ଗଢି ମହାବୀର ଜୟନ୍ତୀ ସମେତ ଓଡିଶାବାସୀଙ୍କୁ ଓଡିଆ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବିଚରେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ପ୍ରଭୁ ମହାବୀର ହନୁମାନଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଛି । ବାଳୁକା କଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏହା ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଗହଳି ପରିଲକ୍ଷିତ ହୋଇଛି ।
 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.