ମମତା ବାନାର୍ଜୀଙ୍କୁ ଭେଟିଲେ ସଲମାନ ଖାନ

By

Published : May 13, 2023, 5:38 PM IST

thumbnail

କୋଲକାତା: ଏକ କାର୍ଯ୍ୟକ୍ରମ ପାଇଁ କୋଲକାତା ଗସ୍ତରେ ଥିବା ବଲିଉଡ ଅଭିନେତା ସଲମାନ ଖାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ଆଜି ଅପରାହ୍ନରେ ସଲମାନ କୋଲକାତା ସ୍ଥିତ କାଳିଘାଟରେ ମମତାଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି । ଅପରାହ୍ନରେ ସଲମାନ ମମତାଙ୍କ ବାସଭବନରେ ପହଞ୍ଚିଥିଲେ । ସାଙ୍ଗରେ ଅଙ୍ଗରକ୍ଷୀ ଶେରା ମଧ୍ୟ ଥିଲେ । ନିଜେ ମମତା ସଲମାନଙ୍କୁ ସ୍ବାଗତ କରିଥିଲେ । ମମତା ସଲମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ଉଭୟ ଗଣମାଧ୍ୟମ ପ୍ରତିନିଧୀଙ୍କୁ ହାତ ହଲାଇ ସମ୍ବୋଧିତ କରିଥିଲେ ଓ ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ । ଆଜି ସଂଧ୍ୟାରେ ଇଷ୍ଟ-ବେଙ୍ଗଲ ଗ୍ରାଉଣ୍ଡରେ ସଲମାନଙ୍କର ଏକ କନସର୍ଟ ପ୍ରୋଗ୍ରାମ ରହିଛି । ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପୂର୍ବରୁ କିଙ୍ଗ୍‌ଖାନ ଶାହାରୁଖ ଖାନ ମଧ୍ୟ ଏକାଧିକ ଥର ମମତାଙ୍କୁ ସାକ୍ଷାତ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.