thumbnail

Holi of Saints in Haridwar: ନିରଞ୍ଜନୀ ଆଖଡାରେ ସାଧୁ ସନ୍ଥ ଖେଳିଲେ ହୋଲି

By

Published : Mar 8, 2023, 8:35 PM IST

ହରିଦ୍ବାର: ଦେବଭୂମି ଉତ୍ତରାଖଣ୍ଡରେ ହୋଲିର ମାହୋଲ ଥିଲା ଭିନ୍ନ । ହରିଦ୍ବାରରେ ବି ହୋଲିର ଧୂମ ବେଶ ଆକର୍ଷଣୀୟ ଥିଲା । ହରିଦ୍ବାର ସନ୍ଥ ସମାଜ ମଧ୍ୟ ହୋଲିକୁ ବେଶ ଧୂମଧାମରେ ପାଳନ କରିବା ସହ ଧର୍ମ ରକ୍ଷା ସହ ରାଷ୍ଟ୍ର ଏକତାର ବାର୍ତ୍ତା ଦେଇଛନ୍ତି । ହରିଦ୍ବାର  ନିରଞ୍ଜନୀ ଆଖଡା ପରିସରରେ ଆୟୋଜିତ ହୋଲି ଉତ୍ସବରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ସମେତ ଆଖଡା ପରିଷଦ ଅଧ୍ୟକ୍ଷ ଓ ସଚିବ ମହନ୍ତ ରବିନ୍ଦ୍ର ପୁରୀ । ହୋଲି ଉତ୍ସବ ଅବସରରେ ଆଖଡା ପରିସରରେ କ୍ରିଷ୍ଣ  ଭୋଜନ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ସାଧୁସନ୍ଥ ସାମିଲ ହୋଇଥିଲେ । ଏହି ଅବସରରେ  ସାଧୁ ସନ୍ଥଗଣ ଦେଶର ଏକତା, ଅଖଣ୍ଡ ରକ୍ଷା ସହ ଦେଶ ମଧ୍ୟରେ ଶାନ୍ତି, ମୈତ୍ରୀ, ସଦଭାବନାକୁ ସର୍ବୋଚ୍ଚ ସ୍ତରରକୁ ନେବାକୁ ଆହ୍ବାନ ଦେଇଥିଲେ । ସର୍ବୋପରି ପୁରୁଣା ବିବାଦ  ଭୁଲି ହୋଲିରେ ନୂଆ ଆରମ୍ଭ  କରିବାକୁ ଦେଶବାସୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.