ବିହାର ଚୋରଙ୍କ ନଜରରେ ଓଡିଶା ରାଜବାଟୀ: ଚୋରି ଉଦ୍ୟମ ବେଳେ ଧରାପଡିଲେ, ଖାଇଲେ ଉତ୍ତମ ମଧ୍ୟମ

By ETV Bharat Odisha Team

Published : Aug 28, 2023, 2:14 PM IST

thumbnail

ଭବାନୀପାଟଣା: ଡକାୟତଙ୍କ ଟାର୍ଗେଟରେ ଏବେ ରାଜବାଟୀ । ଭବାନୀପାଟଣାରେ ଥିବା କଳାହାଣ୍ଡି ରାଜବାଟୀକୁ ଗତ ବିଳମ୍ବିତ ରାତିରେ ୧୦ ରୁ ୧୨ ଜଣ ଡକାୟତ ପଛ ପଟ ବାଡ ଡେଇଁ ପ୍ରବେଶ କରିଥିବା ଜଣାପଡିଥିଲା । ଏକଥା ସୁରକ୍ଷା କର୍ମୀ ଜାଣିବା ପରେ ମହାରାଜକୁ ଜଣାଇଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ଡକାୟତମାନଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଅନ୍ୟ ସମସ୍ତ ଡକାୟତ ଚମ୍ପଟ ମାରିଥିବାବେଳେ ସୁରକ୍ଷା କର୍ମୀଙ୍କ ହାତରେ ଜଣେ ଡକାୟତ ଧରାପଡିଯାଇଥିଲା । ସୁରକ୍ଷା କର୍ମୀ ପଚରାଉଚରା କରିବାରୁ ଏହି ଡକାୟତି ଗ୍ୟାଙ୍ଗ ବିହାର ଅଞ୍ଚଳରୁ ଆସିଥିବା ଜାଣିବାକୁ ମିଳିଛି ।

ଏହା ବି ପଢନ୍ତୁ...ଲୋକନାଥ ମନ୍ଦିରରେ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ, ହଟହଟା ହେଲେ ଲେଡି଼ ଲୁଟେରା

ପରେ ସୁରକ୍ଷା କର୍ମୀ ଅଟକ ଯୁବକ ନିର୍ଦ୍ଧୁମ ମାଡ ମାରିବା ପରେ ଚେତାଶୂନ୍ୟ ଅବସ୍ଥାରେ ଭବାନୀପାଟଣା ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ସଂପୃକ୍ତ ଯୁବକକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ଏହି ଭିଡିଓଟି ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । ରାଜବାଟୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ମତ ପ୍ରକାଶ ପାଇଛି।

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.