ଫୁଲବାଣୀରେ କଳା ପଲସର ଆତଙ୍କ, ଦିନ ଦ୍ବିପ୍ରହରେ ଲୁଟି ନେଲେ ୧୭ ଲକ୍ଷ

🎬 Watch Now: Feature Video

thumbnail

ଫୁଲବାଣୀ: ଫୁଲବାଣୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ବିପ୍ରହରେ ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରି ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ ଲୁଟେରା । ସୂଚନା ଅନୁଯାୟୀ, ମୁଖ୍ୟ ଵଜାରର ଅଶ୍ବିନୀ ପାତ୍ର ନାମକ ବ୍ୟାବସାୟୀ ଆଜି ସକାଳେ ନିଜ ଦୋକାନ କର୍ମଚାରୀ ରମେଶ ପ୍ରଧାନଙ୍କୁ ସାଙ୍ଗରେ ନେଇ ସ୍କୁଟିରେ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ବାହାରିଥିଲେ । ଗତ ଦୁଇ ଦିନ ଧରି ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ଜମା କରି ପାରି ନଥିଲେ ଅଶ୍ବିନୀ । ଅଶ୍ବିନୀ ପ୍ରଥମେ ବଜାର ଷ୍ଟେଟ୍‌ ବ୍ୟାଙ୍କରେ ଟଙ୍କା ଜମା କରି ବାକି ଟଙ୍କା ନେଇ ହିଲ୍‌ଭିୟୁ ହୋଟେଲ ନିକଟରେ ଥିବା ଆକ୍ସିସ ବ୍ୟାଙ୍କକୁ ଯାଇଥିଲେ । ତେବେ ସେମାନେ ବ୍ୟାଙ୍କଠାରୁ ପ୍ରାୟ 30 ମିଟର ଦୂରରେ ଥିବା ବେଳେ ଦୁଇ ଜଣ ଯୁବକ ପଛରୁ ଏକ ପଲସର ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପିବାକୁ ଚେଷ୍ଟା କରିଥିଲେ । ଏହାପରେ ସେମାନେ ରମେଶ ଏବଂ ଅଶ୍ବିନୀକୁ ମାଡମାରି ଟଙ୍କା ଲୁଟି ନେଇ ପଲସର ବାଇକରେ ଦ୍ରୁତ ଗତିରେ ଚାଲି ଯାଇବା କହିଛନ୍ତି ଅଶ୍ୱିନୀ । ସୂଚନା ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି । ଲୁଟ ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ହେଉଥିବା କହିଛନ୍ତି ଥାନା ଅଧିକାରୀ ଅଶୋକ କୁମାର ଗିରି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.