ETV Bharat / state

ପୁଣି ବିଭ୍ରାଟ, ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ - PURI SRI MANDIR

ଭାଇରାଲ ଭିଡିଓରେ ଗର୍ଭଗୃହର ଫଟୋ । ରତ୍ନବେଦୀରେ ଦୃଶ୍ୟମାନ ହେଉଛନ୍ତି ମହାପ୍ରଭୁ । ସେବାୟତ ଓ ପୋଲିସର ଭୂମିକାକୁ ନେଇ ଅସନ୍ତୋଷ ।

ପୁଣି ବିଭ୍ରାଟ, ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ
ପୁଣି ବିଭ୍ରାଟ, ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 3:56 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ବିଭ୍ରାଟ । ବାରମ୍ବାର ପରି ଘଟଣା ଘଟିବା ପରେ ମଧ୍ୟ ଚେତୁନି ପୋଲିସ କି ପ୍ରଶାସନ । ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । କେବଳ ଗର୍ଭଗୃହ ନୁହେଁ ବରଂ 22 ପାହଚ, ଭିତରବେଢା ଓ ମନ୍ଦିର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଫଟୋ ଓ ଭିଡିଓକୁ ବାଙ୍କ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରିଛନ୍ତି । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • ଭାଇରାଲ ଭିଡିଓରେ ଦୃଶ୍ୟମାନ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ ପେଜରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି । ଭାଇରାଲ ଭିଡିଓରେ ମନ୍ଦିରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ସିଂହଦ୍ବାର, ବାଇଶି ପାହାଚ, ଭିତରବେଢା ସମେତ ସିଧା ଗର୍ଭଗୃହ ଓ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅବସ୍ଥାନ ମଧ୍ୟ ଭିଡିଓରେ ରେକର୍ଡ କରାଯାଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତରବେଢ଼ାରେ କିପରି ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ ହେଲେ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳ ମାଳ କର୍ମଚାରୀ, ସେବାୟତ, ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଉପସ୍ଥିତ ରହୁଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

'ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଜାନୁଆରୀରେ ଆସିବ ରତ୍ନର ପୂରା ହିସାବ' - RATNA BHANDAR JEWEL COUNTING
  • କେତେବେଳେ ଡ୍ରୋନ ଉଡୁଛି, ତ କେତେବେଳେ ଫଟୋ ଭାଇରାଲ

ଏଭଳି ଘଟଣା କୋଚିତ ନୁହେଁ ବରଂ ବାରମ୍ବାର ଘଟୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଗତକିଛି ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ସହ ଫେସବୁକରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ବାରମ୍ବାର ପତିତପାବନ ବାନା ପରିବର୍ତ୍ତନ କରିବା ସମୟରେ ନିୟମିତ ଡ୍ରୋନ ଉଡାଯାଉଥିବା ଚୁନରା ସେବାୟତମାନେ ଅଭିଯୋଗ କରୁଛନ୍ତି । ମୋବାଇଲ ନେଇ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ ଏହାକୁ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମାନୁନଥିବା ମଧ୍ୟ ଅଭିଯୋଗ ହେଉଛି । ଏହା ସହ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ସେବାୟତମାନେ ଟଙ୍କା ନେଇ ଶ୍ରୀମନ୍ଦିରରେ ପ୍ରବେଶ କରାଯାଉଥିବା ପରି ସଙ୍ଗୀନ ଅଭିଯୋଗ ରହିଛି ।ଏନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲେ ମଧ୍ୟ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.