ଧାନ ଓ କ୍ଷେତ ଉଭୟ ଦିଗରେ ଲାଭବାନ ହେବ କୃଷକ: NRRI - ଜାତୀୟ ଧାନ ଗବେଷଣା କେନ୍ଦ୍ର।
🎬 Watch Now: Feature Video
କଟକ: ଚାଷ ଓ ଜମି ଉଭୟ ଦିଗରେ କିପରି କୃଷକ ମୁହଁରେ ହସ ଫୁଟିବ ସେନେଇ ଯୋଜନା ଆରମ୍ଭ କଲା ଜାତୀୟ ଧାନ ଗବେଷଣା କେନ୍ଦ୍ର । ଆଜି ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆଜି ଆଇ ସି ଏ ଆର୍ ଏବଂ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଆଞ୍ଚଳିକ ଜୈବ ବିବିଧତା କର୍ମଶାଳା ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି କର୍ମଶାଳାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ କୃଷି ଏବଂ କୃଷକ ମାନେ ଯୋଗ ଦେଇ କୃଷି ଜୈବ ବିବିଧତା ଉପରେ ଆଲୋଚନା କରିଛନ୍ତି। ଚାଷ ଜମିରେ ବିହନର ସୁରକ୍ଷା ଏବଂ କୃଷକ ମାନଙ୍କର ଅଧିକାର ବିଷୟକୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି।
ତେବେ ଗତ ୨୦୦୧ ମସିହାରେ ଭାରତ ସରକାର କୃଷକ ମାନଙ୍କର ଅଧିକାର ଏବଂ ଚାଷ ଜମିର ସୁରକ୍ଷା ପାଇଁ ଏକ ଆଇନ୍ ପ୍ରଚଳନ କରିଥିଲେ। ଏହି ଆଇନର କାର୍ଯ୍ୟକାରିତା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡକ୍ଟର ବି ସି ପାତ୍ର ସ୍ଵାଗତ ଭାଷଣ ଦେଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିଶିଷ୍ଟ ବୈଜ୍ଞାନିକ ତଥା ଆଇ ସି ଏ ଆର୍ ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର କର୍ମଶାଳାକୁ ଉଦଘାଟନ କରିଥିଲେ।
ଏହି ଅବସରରେ ସେ କହିଛନ୍ତି ଯେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଟି ସମଗ୍ର ଏସିଆରେ ସର୍ବ ବୃହତ୍ ଧାନ ଗବେଷଣା ପ୍ରତିଷ୍ଠାନ ଭାବରେ ପରିଚିତ। ଏଠାରେ ଗବେଷକ ମାନେ ଗବେଷଣା କରି ଜୈବ ବିବିଧତା ର ପ୍ରୟୋଗ ସମ୍ପର୍କରେ ଆଲୋକ ପାତ କରିଥିଲେ। ଆଧୁନିକ ଜ୍ଞାନ କୌଶଳ ବଳରେ ବିଭିନ୍ନ କିସମର ଧାନ ଉତ୍ପନ୍ନ ହେଉଛି। ସେହି ଭଳି ଚାଷୀମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ବଞ୍ଚିତ କରାନଯାଉ। ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ସାବରମତୀ କହିଲେ ଅତ୍ୟଧିକ ରାସାୟନିକ ପଦାର୍ଥକୁ ଚାଷ କାର୍ଯ୍ୟରେ ବ୍ୟବହାର କରାନଯାଉ। ପ୍ରାକୃତିକ ଉପାୟରେ ବିହନ ବ୍ୟବହାର କରିଲେ ଚାଷୀ ମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନଟବର ଷଡଙ୍ଗୀ, ଅନୁଷ୍ଠାନର ଭରପ୍ରପ୍ତ ନିର୍ଦ୍ଦେଶକ ଡକ୍ଟର ଏମ ଜି ବେଗ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଜୈବ ବିବିଧତା ର ପ୍ରୟୋଗ ଏବଂ କୃଷି ଉତ୍ପାଦନ ଉପରେ ଗୁରୁତ୍ବ ଆରୋପ କରିଥିଲେ।
ଇଟିଭି ଭାରତ, କଟକ