thumbnail

By

Published : May 13, 2023, 6:06 PM IST

ETV Bharat / Videos

ବାଲେଶ୍ଵରରେ ସ୍ଥାପନ ହେଲା ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ

ବାଲେଶ୍ୱର: ସହରର ଷ୍ଟେସନ ଛକ ଠାରେ ଆଜି ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ ଉଦଘାଟିତ ହୋଇଯାଇଛି । ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର 5ଟି ସ୍ଥାନରେ ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏମିତି ବିଦ୍ୟାପୀଠ ସ୍ଥାପନ କରିଛନ୍ତି । ସେହିପରି ବାଲେଶ୍ଵରରେ  ଜିଲ୍ଲା ଜଜ ବିଭୁ ପ୍ରସାଦ ରାଉତରାୟ ବାଲେଶ୍ଵରରେ ସ୍ଥାପନ ହୋଇଥିବା ନ୍ୟାୟିକ ବିଦ୍ୟାପୀଠକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ବାଲେଶ୍ଵର ଜିଲ୍ଲାର ଆଇନଜୀବୀ, ଆଇନ ଛାତ୍ରଛାତ୍ରୀ, ଜୁଡିସିଆଲ ଅଫିସର ମାନେ ନ୍ୟାୟିକ ତାଲିମ ପାଇ ପାରିବେ। ଏହା ସ୍ଥାୟୀ ଭାବେ ବାଲେଶ୍ଵର ଜିଲ୍ଲାର କାର୍ଯ୍ୟକାରୀ ହେବ। ବାଲେଶ୍ଵରରେ ଜୁଡିସିଆରୀ ହବ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ସେହିକ୍ରମରେ ଏହି ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ କରାଯାଇଛି।

ଜୁଡିସିଆଲ ଅଫିସର ମାନଙ୍କୁ ବିଚାର କରିବା ପାଇଁ, ଆଇନଜୀବୀମାନଙ୍କୁ ମାମଲା ପରିଚାଳନା ବାବଦରେ ଏହିଠାରେ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହାଦ୍ବାରା ଜନସାଧାରଣ ସୁରୁଖୁରୁରେ ମାମଲା ପରିଚାଳନାରେ ସହଯୋଗ ହେବ ବୋଲି ଆଶା କରାଯାଇଛି। ବିଶେଷ କରି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ଆଇନଜୀବୀ ତଥା ଜୁଡିସିଆଲ ଅଫିସର ମାନେ ଏହି ନ୍ୟାୟିକ ବିଦ୍ୟାପୀଠରେ ତାଲିମ ନେବା ପାଇଁ ଆସିବେ ବୋଲି କୁହାଯାଇଛି। ଏହି ବିଦ୍ୟାପୀଠ ଆଗାମୀ ଦିନରେ ଆଇନ ଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏ ସମସ୍ତଙ୍କୁ ନିଶ୍ଚିତ ଭାବେ ସହଯୋଗ ହେବ ବୋଲି କୁହାଯାଇଛି।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.