Kedarnath Snowfall: କେଦାରନାଥରେ ତୁଷାରପାତ ଜାରି, ବାଧାପ୍ରାପ୍ତ ପୁନଃନିର୍ମାଣ କାର୍ଯ୍ୟ - ବିଶ୍ବପ୍ରସିଦ୍ଧ ଶୈବପୀଠ
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ଲଗାତାର ଭାବେ ତୁଷାରପାତ ଜାରି ରହିଛି । ଗୋଟିଏ ପଟେ ଏହାର ପ୍ରକୃତିର ଶୋଭାକୁ ବର୍ଦ୍ଧିତ କରୁଥିବା ବେଳେ ଅନ୍ୟପଟେ ପୁନଃନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହିମାଳୟ କ୍ଷେତ୍ରରେ ଉପରବର୍ତ୍ତୀ ଅଞ୍ଚଳରେ ଏବେ ବି ତୁଷାରପାତ ଜାରି ରହିଥିବା ବେଳେ ପାଦଚଲା ରାସ୍ତାରୁ ଜମି ରହିଥିବା ବରଫକୁ ହଟାଇ ଦିଆଯାଇଛି । ଆସନ୍ତା ୨୫ ତାରିଖରୁ ପୁଣି କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାସ୍ତାରୁ ବରଫକୁ ହଟାଯାଇଛି । ଏହି ଅଞ୍ଚଳରେ ଖଚ୍ଚର ସହିତ ଲୋକଙ୍କ ଚଳପ୍ରଚଳ ଆରମ୍ଭ ହେଲାଣି । ଗତ ଜାନୁଆରୀ ୧୫ ତାରିଖରୁ ଧାମରେ ଦ୍ବିତୀୟ ପର୍ଯ୍ୟାୟ ପୁନଃ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଲଗାତାର ତୁଷାରପାତ ଯୋଗୁଁ ଏହି କାର୍ଯ୍ୟ ଅଟକି ରହିଥିବା ବେଳେ ଏବେ ମନ୍ଦିର ନିକଟରେ କମ୍ପାନୀର ପ୍ରାୟ ୨୦୦ ଶ୍ରମିକ ପହଞ୍ଚିସାରିଛନ୍ତି । ପାଗରେ ପରିବର୍ତ୍ତନ ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ରୁଦ୍ରପ୍ରୟାଗ ଜିଲ୍ଲାପାଳ ମୟୂର ଦୀକ୍ଷିତ କହିଛନ୍ତି ।