RathaKhala Halchal: ୩ରଥରେ ଛନ୍ଦା ଗୟଳ କାର୍ଯ୍ୟ ଶେଷ, ଚକ ଅଖ ପାଇଁ ଚାଲିଛି ଜୋକା ବାଡ଼ିଆ କାର୍ଯ୍ୟ

By

Published : Jun 1, 2023, 3:21 PM IST

thumbnail

ପୁରୀ: ରଥ ଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଛନ୍ଦା ଗୟଳ ଲାଗି ଶେଷ ହୋଇଛି। ଚକ ଅଖ ପାଇଁ ଜୋକା ବାଡ଼ିଆ ଚାଲିଛି। ସେହିପରି ଧୂଳି ଦଣ୍ଡା ମଧ୍ୟ ନିର୍ମାଣ ଚାଲିଛି । ତିନିରଥର ଆଗଆଣି, ପଛଆଣି 'ଛନ୍ଦା ଗୟଳ' ପଡ଼ିଛି । ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ୩ଟି ଲେଖାଁଏ ଆଗ ଏବଂ ପଛରେ ଛନ୍ଦା ଗୟଳ ପଡିଥିବା ବେକେ ଦର୍ପଦଳନ ରଥର ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଁଏ ଛନ୍ଦା ଗୟଳ ପଡ଼ିଛି । ଏଥି ସହ ଆଜି ତିନିରଥର ୫ଟି ଲେଖାଁଏ ୨୦ ଫୁଟିଆ 'ଜଗତପୃଷ୍ଠ ସେଣି' ଚଉପଟ ପାଇଁ ହଣାକାର୍ଯ୍ୟ ଜାରି ରହୁଛି । ଏହା ତିନିରଥର ବେଦୀ ନିର୍ମାଣରେ ବ୍ୟବହୃତ ହେବ । ତିନିରଥର ରୂପକାର ସେବକମାନେ ତିନିରଥ ସିଂହାସନର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥର 'ନାଟଗୋଡ'ରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ଗୟଳ କଣ୍ଟା ଶେଷ ପରେ ଯୋଖା କଣ୍ଟା, ଧ୍ଵଜ ବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ଗୟଳ କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.