ଟ୍ରେନ ଟ୍ରାଜେଡି, ଆର୍ଥିକ ସହାୟତା ଦେବେ ରାଣୀ ପଣ୍ଡା - ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା
🎬 Watch Now: Feature Video
କଟକ: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ଆଭିନେତ୍ରୀ ରାଣୀ ପଣ୍ଡା। ସବୁ ପୀଡିତଙ୍କ ଆଶୁକାମନା କଲେ ରାଣୀ। ଏହାସହ ଆହତ ଓ ମୃତ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି। ଆଗମୀ ଦିନରେ ଏଭଳି ହୃଦୟବିଦାର ଅଘଟଣ ନହେଉ ବୋଲି ସେ ଈଶ୍ବରଙ୍କ ନିକଟରେ ପ୍ରଥନା କରିଛନ୍ତି।
ରାଣୀ ପଣ୍ଡା କହିଛନ୍ତି,‘‘ ଏହା ସାରା ଦେଶ ପାଇଁ ଏକ ଘଡିସନ୍ଧି ମୁହୁର୍ତ୍ତ । ଈଶ୍ବର ମୃତକଙ୍କ ପରିବାରକୁ ସହାସ ଓ ଧର୍ଯ୍ୟ ପ୍ରଦାନ କରୁ। ବାଲେଶ୍ବର ବାହାନଗାରେ କୁଢାକୁଢା ମୃତଦେହ ପଡିଛିନ୍ତି ଯାହା ଦେଖି ଆଖିରେ ଲୁହ ରହିବନି। ଏପରି ଘଟଣାର ଆଉ ପୁନରାବୃତ୍ତି ନହେଉ। ମୋ ସକ୍ଷମରେ ଯାହା ହେବ ମୁଁ ତାହା ସାହାଯ୍ୟ କରିବି। ସମସ୍ତେ କିଛି କିଛି ସାହାଯ୍ୟ କଲେ ଏହି ବଡ଼ ବିପତ୍ତିରୁ କିଛି ମାତ୍ରାରେରେ ଆଶ୍ବସ୍ତି ମିଳିପାରିବ। ସମସ୍ତେ ଆଗେଇ ଆସନ୍ତୁ ଓ ସାହଯ୍ୟ କରନ୍ତୁ। ଏହାସହ ବଲେଶ୍ବରବାସୀ, ଏଡିଆରଏଫ୍ ଟିମ୍କୁ ସେ ସାଧୁବାଦ ପ୍ରଦାନ କରିଛନ୍ତି ।’’
ଇଟିଭି ଭାରତ, କଟକ