ଉତ୍ସବମୁଖର ରାଜଭବନ, ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀ - ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ବିଭିନ୍ନ ବର୍ଗର ମହିଳା

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 30, 2023, 6:45 PM IST

ଭୁବନେଶ୍ବର: ରାଜଭବନରେ ଆଜି ଆୟୋଜିତ ହୋଇଛି ରକ୍ଷାବନ୍ଧନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ବର୍ଗର ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି । କୁନିକୁନି ଶିଶୁଙ୍କ ଠାରୁ ଆରମ୍ଭ କରି ମହିଳାମାନେ ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଆସି ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ...ଯବାନଙ୍କୁ ରାକ୍ଷୀ ପିନ୍ଧାଇଲେ ଭବାନୀପାଟଣାବାସୀ, ମଙ୍ଗଳ ମନାସି କଲେ ପୂଜାର୍ଚ୍ଚନା
 

ଏହି ଅବସରରେ ଏନସିସି, ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀ, ମହିଳା ସୁରକ୍ଷା କର୍ମୀ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି । ଆଜି ରାଜଭବନ ପରିସରର ଉତ୍ସବମୁଖର ହୋଇ ଉଠିଥିଲା। ବିଭିନ୍ନ ବର୍ଗର ମହିଳାମାନେ ଆସି ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ଯ କୁନି କୁନି ପିଲାମାନଙ୍କ ହାତରେ ରାକ୍ଷୀ ବାନ୍ଧିିଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ପବିତ୍ର ଦିନକୁ ସମସ୍ତେ ପରସ୍ପରକୁ ମିଠା ଖୁଆଇ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.