ସଜରେ ସଜରେ ରଜ ପାଳିଲେ ରାଜଧାନୀବାସୀ, କୁନି ଝିଅ ମୁହଁରୁ ଶୁଣନ୍ତୁ ରଜ ଗୀତ - ଓଡିଶାର ପ୍ରମୁଖ ଗଣପର୍ବ ରଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18746468-thumbnail-16x9-raja.jpg)
ଭୁବନେଶ୍ବର: ରାତି ପାହିଲେ ପହିଲି ରଜ । ଏହା ପୂର୍ବରୁ ଆଜି ସଜବାଜ ହୋଇଛନ୍ତି ଝିଅ ବୋହୂ । ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯାଇଥାଏ। ଏହି ଦିନ ଝିଅ ବୋହୂମାନେ ପରସ୍ପରକୁ ଅଳତା, କୁଙ୍କୁମ, ମେହେନ୍ଦୀ ଆଦି ପ୍ରସାଧନ ସାମଗ୍ରୀ ସହ ସଜେଇ ହୋଇ ରଜ ପାଳିବାକୁ ପ୍ରସ୍ତତ ହୋଇଥାଆନ୍ତି। ତେବେ ଆଜିର ଦିନରେ ଗାଁରୁ ସହର ଉତ୍ସବମୁଖର ହୋଇଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଖୁବ ଧୁମଧାମରେ ଚାଲିଛି ସଜବାଜ। ଝିଅ ବୋହୂମାନେ ସଜବାଜ ହୋଇ ରଜ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି।
ରଜ ହେଉଛି ମାଟି ଓ ଆକାଶର ମିଳନ ପର୍ବ । ଲଗାତର 3 ଦିନ ଧରି ରଜ ପର୍ବ ପାଳନ ହେବାର ପରମ୍ପରା ଥିବାବେଳେ ତା ପୂର୍ବରୁ ପଡିଥାଏ ସଜବାଜ। ଏହି ପର୍ବରେ କୁଆଁରୀ ଝିଅ ଓ ବୋହୂମାନଙ୍କୁ ସମ୍ମାନ ପୂର୍ବକ କୌଣସି କାମ କରିବାକୁ ବାରଣ ହୋଇଥାଏ। ଧରିତ୍ରୀ ମାତା ରଜସ୍ବଳା ହୋଇଥାଏ ବୋଲି କୁହାଯାଏ । ତେଣୁ ଏହି 3 ଦିନ ଚାଷ କାମ ବାରଣ ଥାଏ । ତେବେ ରାଜଧାନୀର ଘରେ ଘରେ ଏବଂ ବିଭିନ୍ନ ପାର୍କରେ ମଧ୍ୟ ରଜ ପର୍ବ ପାଳନ ପାଇଁ ଆୟୋଜନ ହୋଇଛି । କୁଆଁରୀମାନେ ସଜବାଜ ହୋଇ ଦୋଳିରେ ଝୁଲି ରଜ ଗୀତ ଗାଈ ମଜା ଉଠାଉଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର