Rainbow Ring of Sun: ସୂର୍ଯ୍ୟ ଚାରିପାଖେ ଇନ୍ଦ୍ରଧନୁ ସଦୃଶ ଗୋଲାକାର ବଳୟ, ଲୋକଙ୍କ ମନରେ ଉତ୍କଣ୍ଠା - ରେନବୋ ରିଙ୍ଗ ଅଫ ସନ୍‌

🎬 Watch Now: Feature Video

thumbnail

By

Published : Apr 28, 2023, 3:43 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶୁକ୍ରବାର ସୂର୍ଯ୍ୟ ଚାରିପାଖେ ଦେଖିବାକୁ ମିଳିଛି ଖୁବସୁନ୍ଦର ବଳୟ । ଏକ ଗୋଲାକାର ବଳୟ ମଧ୍ୟାହ୍ନ ସମୟରେ ଦୃଶ୍ୟମାନ ହୋଇଛି । ଲୋକେ ଏହି ବିରଳ ଦୃଶ୍ୟକୁ କଏଦ କରିବା ଲାଗି ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଇନ୍ଦ୍ରଧନୁ ସଦୃଶ ଏକ ବଳୟ ସୂର୍ଯ୍ୟଙ୍କୁ ଘେରି ରହିଥିଲା । ମାତ୍ର ତୀକ୍ଷ୍ଣ କିରଣ ଯୋଗୁଁ ଏହାକୁ ଦେଖିବା ସହଜ ନଥିଲା । ମାତ୍ର ଏହି ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବିଶେଷଜ୍ଞଙ୍କ କହିବା ମୁତାବକ ସୂର୍ଯ୍ୟଙ୍କ ଚାରିପାଖେ ସୃଷ୍ଟି ହୋଇଥିବା ଏହି ବଳୟକୁ ୱାଟର ହୋଲୋ କହିଥାନ୍ତି । ଯେତବେଳେ ସୂର୍ଯ୍ୟ ନିକଟରେ ବାଦଲ ରହିଥାଏ, ସେତେବେଳେ ଏହି ଦୃଶ୍ୟ ଦେଖିବାକୁ ମିଳେ । ଏହାକୁ ଇଂରାଜୀରେ 'ରେନବୋ ରିଙ୍ଗ ଅଫ ସନ୍‌' ବୋଲି କୁହନ୍ତି । ବାଷ୍ପୀଭୂତ ହୋଇଥିବା ପାଣିରେ ହେକ୍ସାଗୋନଲ କ୍ରିଷ୍ଟାଲ କାରଣରୁ ଏହା ହୋଇଥାଏ । ଏପରି କୁହାଯାଏ ଯେ ଯେତେବେଳେ ସୂର୍ଯ୍ୟଙ୍କ ଚାରିପାଖରେ ଏପରି ଦୃଶ୍ୟ ଦେଖିବାକୁ ମିଳେ ଏହାପରେ ବର୍ଷା ହୋଇଥାଏ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.