thumbnail

ସାଂସଦ ପଦ ଯିବା ପରେ ରାହୁଲଙ୍କ ପ୍ରଥମ କେରଳ ଗସ୍ତ, ଓ୍ବାଇନାଡରେ ରୋଡ ସୋ

By

Published : Apr 11, 2023, 5:29 PM IST

ଥିରୁଅନନ୍ତପୁରମ: କେରଳର ଓ୍ବାଇନାଡ ଗସ୍ତ କରିଛନ୍ତି ପୂର୍ବତନ ସ୍ଥାନୀୟ ସାଂସଦ ରାହୁଲ ଗାନ୍ଧୀ । ଆଜି (ମଙ୍ଗଳବାର) ଅପରାହ୍ନରେ ସେ ଏକ ବିଶାଳ ରୋଡ ସୋ ମଧ୍ୟ କରିଛନ୍ତି । ରାହୁଲଙ୍କ ସାଙ୍ଗରେ ଉଭଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ଥିଲେ । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦରୁ ବରଖାସ୍ତ ହେବା ପରେ ନିଜ ସଂସଦୀୟ କ୍ଷେତ୍ର ଓ୍ବାଇନାଡକୁ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଆଜି ଆୟୋଜିତ ରୋଡ ସୋରେ ରାହୁଲଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ବାଗତ କରିବା ସହ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ରାହୁଲଙ୍କ ରୋଡ ସୋ’ ରେ ସାମିଲ ହୋଇଥିଲେ । ‘ସତ୍ୟମେବ ଜୟତେ’ ବ୍ୟାନରରେ ଏକ ଖୋଲା ଗାଡିରେ ରୋଡ ସୋ କରିଥିଲେ ରାହୁଲ ଓ ପ୍ରିୟଙ୍କା ।

2019 ସାଧାରଣ ନିର୍ବାଚନରେ ରାହୁଲ ଉଭୟ ଉତ୍ତର ପ୍ରଦେଶର ଆମେଠୀ ଓ କେରଳର ଓ୍ବାଇନାଡ ସଂସଦୀୟ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ । ସେ ତାଙ୍କ ପାରମ୍ପରିକ ଆସନ ଆମେଠୀରୁ ପରାଜିତ ହେବା ସହ ଓ୍ବାଇନାଡରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ । ହେଲେ ‘ମୋଦି’ ସାଙ୍ଗିଆ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସାଂସଦ ପଦକୁ ରଦ୍ଦ କରିଦିଆଯାଇଛି । ପଦ ହରାଇବା ପରେ ଏହା ରାହୁଲଙ୍କ ପ୍ରଥମ କେରଳ ଗସ୍ତ । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.