ହାଇଦ୍ରାବାଦରେ ଆଜାରୁଦ୍ଦିନଙ୍କ ସହ ଅଟୋରେ ବୁଲିଲେ ରାହୁଲ, ଦେଖନ୍ତୁ ଭିଡିଓ - କଂଗ୍ରେସ ସାଂସଦ ରହୁଲ ଗାନ୍ଧୀ
🎬 Watch Now: Feature Video
Published : Nov 28, 2023, 9:11 PM IST
ହାଇଦ୍ରାବାଦ: ଆଜି ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ରାଜଧାନୀ ହାଇଦ୍ରାବାଦରେ ଦଳ ପାଇଁ ପ୍ରଚାର କରି ଭୋଟ ମାଗଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ । ଆଜି ତାଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ଦଳୀୟ ନେତା ମହମ୍ମଦ ଆଜାରୁଦ୍ଦିନଙ୍କ ସହ ହାଇଦ୍ରାବାଦର ଅଟୋରିକ୍ସାରେ ବୁଲିଥିବା ଦେଖିବାକୁ ମିଳିଛି । ଅଟୋରିକ୍ସାରେ ବୁଲିବା ସହ ସେ ଅଟୋରିକ୍ସା ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଆଜି ତେଲେଙ୍ଗାନାରେ ଭୋଟିଂ ପାଇଁ ପ୍ରଚାର ଶେଷ ହୋଇଛି । 30 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 119 ଆସନରେ ଭୋଟିଂ ହେବା । ରାଜ୍ୟରେ କେସିଆରଙ୍କ ନେତୃତ୍ବାଧୀନ ‘ଭାରତ ରାଷ୍ଟ୍ର ସମିତି’ ଶାସନରେ ଥିବା କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଥିବା ଭାରତୀୟ ଡନତା ପାର୍ଟି ମଧ୍ୟ ଜୋରଦାର ପ୍ରଚାର କରି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି । କଂଗ୍ରେସ ପାଇଁ ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ପ୍ରଚାର କରିଥିବା ବେଳେ ବିଜେପି ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବଡ ନେତା ପ୍ରଚାର କରି ଭୋଟ ମାଗିଛନ୍ତି । 30 ରେ ଭୋଟିଂ ଶେଷ ହେବା ପରେ 3 ଡିସେମ୍ବର ଭୋଟଗଣତି ଓ ଫଳାଫଳ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ