12 ତମ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ, ଭକ୍ତଙ୍କ ଖଚାଖଚ ଭିଡ - ବୈଶାଖ ପୂର୍ଣ୍ଣିମା ଅବସରରେ ବୈଶାଖ ମେଳା
🎬 Watch Now: Feature Video
ନୂଆପଡା: ଜିଲ୍ଲାର ବହୁ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗାଠାରେ ବୈଶାଖ ପୂର୍ଣ୍ଣିମା ଅବସରରେ ବୈଶାଖ ମେଳା ଓ 12ତମ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏନେଇ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିଲା । ପିତା ସତ୍ୟ ପାଳନକରି ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ଭ୍ରାତା ଲକ୍ଷ୍ମଣ ଓ ଦେବୀ ସୀତା 14ବର୍ଷ ବନବାସ ଭ୍ରମଣ ସମୟରେ ବୋଡେ଼ନ କୋଟଗାଁ ଗୁରୁଡଙ୍ଗର ରାତ୍ରି ଯାପନ କରିଥିବା କିମ୍ବଦନ୍ତୀ ରହିଥିବା ଗବେଷକ ମତ ଦିଅନ୍ତି । ବନବାସ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦେବୀ ସୀତାଙ୍କୁ ଶୋଷ ଲାଗିଥିଲା । ଦେବୀ ମାଆଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ପ୍ରଭୁ ରାମଙ୍କ ନିର୍ଦ୍ଦେଶ କ୍ରମେ ଭ୍ରାତା ଲକ୍ଷ୍ମଣ ଭୂମିଷ୍ଟରେ ସର ବିଦ୍ଧ କରି ପାତାଳରୁ ଜଳ ପ୍ରବାହିତ କରିଥିଲେ । ସେହି ତ୍ରେତୟା ଯୁଗରୁ ଗୁରୁ ଡଙ୍ଗର କୋଟଗାଁକୁ ପାତାଳ ଗଙ୍ଗା ନାମରେ ନାମିତ କରିଛନ୍ତି ୠଷି ମୁନି ।
କିମ୍ବଦନ୍ତୀ ଅନୁସାରେ, ବୈଶାଖ ପୂର୍ଣ୍ଣିମା ଦିନ ପାତାଳଗଙ୍ଗାରେ ସ୍ନାନ କଲେ କୋଟି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ଅଗାଢ଼ ବିଶ୍ୱାସ ରହିଛି । ସେହି ପୌରାଣିକ କଥାକୁ ଅନୁସରଣ କରି ପ୍ରତିବର୍ଷ ବୈଶାଖ ପୂର୍ଣ୍ଣିମା ଦିନ ବୈଶାଖ ମେଳା ଓ ଜିଲ୍ଲା ଯାଦବ ସମାଜର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଦିବସ ଯଥା ରୀତିନୀତିରେ ପାଳିତ ହୋଇ ଆସୁଛି । ସେଠାରେ ମହାମୃତ୍ୟୁଞ୍ଜୟ ମନ୍ଦିର, ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଦୁର୍ଗା ମନ୍ଦିର, ଅଲେଖ ମଠ, ରାଧାକୃଷ୍ଣ ମନ୍ଦିରରେ ଆଦି ବିଗ୍ରହ ପୂଜା ପାଉଛନ୍ତି । ପ୍ରଭୁଙ୍କ ଆଶୀର୍ବାଦ ନେବା ସହ ପାତାଳଗଙ୍ଗାରେ ସ୍ନାନ କରି ଶ୍ରଦ୍ଧାଳୁ ବେଶ ଆନନ୍ଦିତ । ଅନ୍ୟପଟେ ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ରଖି ବୋଡେନ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଇଟିଭି ଭାରତ, ନୂଆପଡା