ସମ୍ବଲପୁରରେ କରଓ୍ବାଚୌଥ ବ୍ରତ ପାଳିଲେ ପଞ୍ଜାବୀ ମହିଳା - ସମ୍ବଲପୁରରେ କରଓ୍ବାଚୌଥ ବ୍ରତ ପାଳିଲେ ପଞ୍ଜାବୀ ମହିଳା
🎬 Watch Now: Feature Video
Published : Nov 2, 2023, 12:30 PM IST
ସମ୍ବଲପୁର: ସ୍ୱାମୀର ଦୀର୍ଘାୟୁ କାମନା କରି କରଓ୍ବାଚୌଥ ବ୍ରତ ପାଳନ କଲେ ଉତ୍ତର ଭାରତୀୟ ତଥା ପଞ୍ଜାବୀ ମହିଳା। ସମ୍ବଲପୁରରେ ରହିଥିବା ପଞ୍ଜାବୀ ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି । ବୁଧବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଭୋର 4ଟାରେ ସଧବା ମହିଳାମାନେ ନିଜ ଶାଶୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କିଛି ସ୍ୱତନ୍ତ୍ର ଖାଦ୍ୟକୁ ଗ୍ରହଣ କରିଥିଲେ । ସୂର୍ଯ୍ୟୋଦୟ ହେବା ପରେ ଦିନ ସାରା ନିର୍ଜଳା ଉପବାସ ରଖି ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ହେବା ପୂର୍ବରୁ "16- ଶ୍ରୀଙ୍ଗାର" କରି ନୂତନ ବସ୍ତ୍ର ପରିଧାନ କରି ପୂଜାଥାଳି ଧରି ପୂଜା ସ୍ଥଳକୁ ଆସି ଏକତ୍ରିତ ହୋଇଥିଲେ । ସେଠାରେ ମାଟି ଓ ଗୋବରରେ ନିର୍ମିତ ମା ପାର୍ବତୀଙ୍କ ପ୍ରତିମାର ପୂଜାର୍ଚ୍ଚନା କରିଥିଲେ । ସୂର୍ଯ୍ୟାସ୍ତ ପୂର୍ବରୁ ପୂଜା ଶେଷ ହେବା ପରେ ରାତିରେ ଚନ୍ଦ୍ର ଦେଖି ସ୍ୱାମୀଙ୍କୁ ପୂଜା କରି ଉପବାସ ଭଙ୍ଗ କରିଥିଲେ । ମା ପାର୍ବତୀ ଭଗବାନ ଶିବଙ୍କ ପାଇଁ ଏହି ବ୍ରତ ରଖିଥିଲେ ବୋଲି ମାନ୍ୟତା ରହିଛି ତେଣୁ ସଧବା ମହିଳାମାନେ ଏହି ବ୍ରତ କରି ଆସୁଛନ୍ତି l ସହରର ମୁଦୀପଡ଼ା ତଥା ବିଭିନ୍ନ ସ୍ଥାନରେ ରହୁଥିବା ଉତ୍ତର ଭାରତୀୟ ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-Karwa Chauth Fasting: କରଓ୍ବାଚୌଥ ବ୍ରତ ପୂର୍ବରୁ କଣ ଖାଇବେ? କଣ କହୁଛନ୍ତି ଏକ୍ସପର୍ଟ
ଇଟିଭି ଭାରତ, ସମ୍ବଲପୁର