thumbnail

By

Published : Aug 9, 2022, 10:10 PM IST

Updated : Feb 3, 2023, 8:26 PM IST

ETV Bharat / Videos

ଭବାନୀପାଟଣା ସହରରେ ପଶିଲା ପାଣି, ଭାଙ୍ଗିଲା ଘର

ଭବାନୀପାଟଣା:କଳାହାଣ୍ଡିରେ ଲଗାଣ ବର୍ଷା ଜାରି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ । ସେପଟେ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଭବାନୀପାଟଣା ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷା ପାଣି ଲୋକଙ୍କ ଘରେ ପଶିଥିବା ବେଳେ ଅନେକ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ସହରର ୧୯ ନମ୍ବର ୱାର୍ଡ ରେ ୩ ଟି ଘର ଭାଙ୍ଗି ଯାଇଥିବା ବେଳେ ୨୦ନମ୍ବର ୱାର୍ଡ ରେ ୬ ରୁ ଉର୍ଦ୍ଧ୍ବ ଲୋକଙ୍କ ଘର ଭାଙ୍ଗି ଥିବା ଦେଖିବାକୁ ମିଳିଛି । ସେପଟେ ସହରର ୭ ନମ୍ବର ୱାର୍ଡ ଅର୍କାବାହାଲି ପଡ଼ାରେ ବନ୍ୟା ପାଣି ଲୋକଙ୍କ ଘରେ ପଶି ଯାଇ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୌର କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି । ଅନ୍ୟପଟେ ଜିଲ୍ଲାରେ ଅନେକ ଗାଁରେ ମଧ୍ୟ ପାଣି ପଶିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.