thumbnail

By

Published : Apr 22, 2023, 3:46 PM IST

ETV Bharat / Videos

PSLV-C55ର ସଫଳ ଉତକ୍ଷେପଣ, ସିଙ୍ଗାପୁର ସାଟେଲାଇଟକୁ କକ୍ଷପଥରେ କଲା ଅବସ୍ଥାନ

ଶ୍ରୀହରିକୋଟା (ଆନ୍ଧ୍ରପ୍ରଦେଶ): PSLV-C55ର ସଫଳ ଉତକ୍ଷେପଣ କଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସୁବୁଠୁ ବିଶ୍ବାସଯୋଗ୍ୟ ରକେଟ  PSLV-C55ରୁ ସିଙ୍ଗାପୁର ସାଟେଲାଇଟ TeLEOS-02କୁ ଲଞ୍ଚ କରାଯାଇଛି । ଏହା ପ୍ରଥମ, ଦ୍ବିତୀୟ, ୩ୟ ଓ ୪ର୍ଥ ପର୍ଯ୍ୟାୟକୁ ସଫଳତାର ସହ ଅତିକ୍ରମ କରି ସିଙ୍ଗାପୁର ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରାଇଛି । ଶନିବାର ଅପରାହ୍ନ ୨.୧୯ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏହାର ଗତିପଥ ଉପରେ ଇସ୍ରୋ ତୀକ୍ଷ୍ଣ ନଜର ରଖିଥିଲା । ସମସ୍ତ ପର୍ଯ୍ୟାୟକୁ ଅତିକ୍ରମ କରି ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ PSLV-C55 ରକେଟ ଅବସ୍ଥାନ କରିବା ପରେ ସଫଳ ହୋଇଛି ଏହି ମିଶନ । ଏହାପରେ ଇସ୍ରୋର ଚେୟାରମ୍ୟାନ ଏସ ସୋମନାଥ ଦେଶବାସୀଙ୍କୁ ସମ୍ବୋଧନ କରି ଏନେଇ ସୂଚନା ଦେଇଛନ୍ତି । ସୂଚନା ଥାଉ କି PSLV-C55ରୁ ୫୬ଥର ସାଟେଲାଇଟ ଲଞ୍ଚ ହୋଇଥିବା ବେଳେ ମାତ୍ର ୨ଥର ଅସଫଳ ହୋଇଛି । ହେଲେ ଏହି ମିଶନ ଆଜି ସଫଳ ହୋଇଛି । 

ଏହା ବି ପଢନ୍ତୁ- PSLV-C55 Rocket Launch: କାଲି ହେବ ଲଞ୍ଚ, ଜାଣନ୍ତୁ କଣ ରହିଛି ଖାସ୍‌

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.