ଚିରଞ୍ଜୀବି-ମୋକିମ ନିଲମ୍ବନକୁ ବିରୋଧ, ପିସିସି ସଭାପତିଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ

By

Published : Jul 19, 2023, 9:22 AM IST

thumbnail

କେନ୍ଦ୍ରାପଡା: ଯେଉଁ ମୁହଁରୁ ଦିନେ ଶରତ ପଟ୍ଟନାୟକ ଜିନ୍ଦାବାଦ ନାରା ଶୁଭୁଥିଲା ଆଜି ସେହି ମୁହଁ ଶରତ ପଟ୍ଟନାୟକ ହାଏ ହାଏ ବୋଲି କହିବାକୁ ପଛାଇ ନାହିଁ । ଓଡ଼ିଶାରେ କଂଗ୍ରେସର ସ୍ଥିତି 9 ରୁ 90 ପରିବର୍ତ୍ତେ 9 ରୁ 0 ହେବାକୁ ଯାଉଛି ବୋଲି ଅଭିଯୋଗ କରିଛି କେନ୍ଦ୍ରାପଡା ଛାତ୍ର କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମନମୁଖୀ ଶାସନ ତଥା ଯେଉଁ କର୍ମୀ ଜୀବନରେ ଥରେ ବି ଦଳୀୟ ପତାକା ଧରି ନାହାନ୍ତି ତାଙ୍କୁ ପିସିସି କମିଟିରେ ସ୍ଥାନ ଦିଆଯାଇଛି ବୋଲି କେନ୍ଦ୍ରାପଡା ଯୁବ କଂଗ୍ରେସ ସଭାପତି ଅଭିଯୋଗ ଆଣିଛନ୍ତି । 

ରାଜ୍ୟରେ କଂଗ୍ରେସର ଆସନ ବଢ଼ାଇବାକୁ ହେଲେ ପ୍ରଥମେ ଶରତ ପଟ୍ଟନାୟକଙ୍କ ଭଳି ପିସିସି ସଭାପତିଙ୍କୁ ବହିଷ୍କାର କରିବା ନିହାତି ଆବଶ୍ୟକ ବୋଲି ଯୁବ କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଏବେ କଂଗ୍ରେସରେ ଅନ୍ତଃକନ୍ଦଳ ଜୋରଦାର ଦେଖିବାକୁ ମିଳିଛି, ନିକଟରେ କଂଗ୍ରେସର ଦୁଇଜଣ ସଙ୍ଗଠକ ତଥା ବରିଷ୍ଠ ନେତା ତଥା ଚିରଞ୍ଜୀବ ବିଶ୍ୱାଳ ଏବଂ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିରୋଧ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଉଛି । ଶଣନ୍ତୁ କଣ କହୁଛନ୍ତି ଚିରଞ୍ଜୀବି-ମୋକିମଙ୍କ ସମର୍ଥକ ।

ଏହା ବି ପଢନ୍ତୁ...ଗୋଷ୍ଠୀକନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାର ବେଳ; ନିଲମ୍ବନ ରଣନୀତି କଂଗ୍ରେସ ପାଇଁ ଆତ୍ମଘାତୀ ହେବନି ତ ?

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.