ଝରକା ଫାଙ୍କରେ କଏଦୀ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ - କଏଦୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀ
🎬 Watch Now: Feature Video
କୋରାପୁଟ: ଜେଲ୍ର ମୁଖ୍ୟ ଫାଟକର ଏକ ଛୋଟ ଝରକା ଦେଇ ହାତ ଟିଏ ଲମ୍ବି ଆସୁଛି ବାହାରକୁ । ବାହାରେ ଅପେକ୍ଷା କରିଥିବା ଭଉଣୀ, ଭାଇର ହାତରେ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇବା ଦୃଶ୍ୟ ଆଜି ସମସ୍ତଙ୍କୁ ଭାବ ବିହ୍ବଳ କରିଛି । କୋରାପୁଟ ମଣ୍ଡଳ କାରାଗାରରେ ସଜା କାଟୁଥିବା ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଦୂରଦୂରାନ୍ତରୁ ଆସିଥିବା ଭଉଣୀଙ୍କ ଭିଡ ଲାଗିଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ କାରାଗାରର ଅନ୍ତେବାସୀଙ୍କ ପାଇଁ ଏହି ସୁଯୋଗ ପ୍ରଦାନ କରାଯାଇଥିବାବେଳେ, ଅନ୍ୟ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ପାଇଁ କୋରାପୁଟରେ ଥିବା ପ୍ରଜାପତି ବ୍ରହ୍ମକୁମାରି ଆଧ୍ୟାତ୍ମିକ ସଂଗଠନର ମହିଳା ଓ ପୁରୁଷ ସଦସ୍ୟ ଆଗେଇ ଆସିଛନ୍ତି । ରକ୍ଷା ବନ୍ଧନ ମାଧ୍ୟମରେ ଅନ୍ତେବାସୀଙ୍କ ମଧ୍ୟରେ ଏକ ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତି ହେବାର ସମ୍ଭାବନାକୁ ଜାଗ୍ରତ କରିବ ଜେଲ୍ କର୍ତ୍ତୁପକ୍ଷ ଆଶା ପୋଷଣ କରିଛନ୍ତି । ଅନ୍ୟପଟେ କାରାଗାରରେ ଦିନ କାଟୁଥିବା ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇ ଭଉଣୀମାନେ ମଧ୍ୟ ଜେଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ
Last Updated : Feb 3, 2023, 8:26 PM IST