ଭୁବନେଶ୍ବରରେ ଜମିବ ଦାଣ୍ଡିଆ ନାଇଟ୍ସ, ନାଚ ଗୀତରେ ଝୁମିବେ ରାଜଧାନୀବାସୀ

By ETV Bharat Odisha Team

Published : Oct 14, 2023, 9:57 PM IST

thumbnail

ଭୁବନେଶ୍ୱର: ଆସୁଛନ୍ତି ମା' । ମାଙ୍କ ଆଗମନକୁ ନେଇ ରାଜଧାନୀରେ ପାର୍ବଣର ମାହୋଲ । ଏହି ମାହୋଲକୁ ଆଉ ଟିକେ ରଙ୍ଗୀନ କରିବା ପାଇଁ ଚଳିତ ବର୍ଷ ଡ୍ରିମ ଇଭେଣ୍ଟ ପକ୍ଷରୁ ଦାଣ୍ଡିଆ ନାଇଟ୍ସର ଆୟୋଜନ କରାଯାଇଛି । ଅକ୍ଟୋବର ୨୨ରୁ ୨୩ ଦୁଇଦିନ ଧରି ଏହି ଦାଣ୍ଡିଆ ନାଇଟ ଅନୁଷ୍ଠିତ ହେବ । ମଞ୍ଚେଶ୍ୱରସ୍ଥିତ ଲାଫିଏଷ୍ଟା ଠାରେ ଏହି ଦାଣ୍ଡିଆ ନାଇଟର ଆୟୋଜନ କରାଯାଇଥିବା ବେଳେ ଟିକେଟର ଦାମ ବା ପ୍ରବେଶ ପାଇଁ ଶୁଳ୍କ ରହିଛି ୩୦୦ ଟଙ୍କା । ଏଣ୍ଟ୍ରି ଟିକଟ ଉଭୟ ଅନଲାଇନ ଓ ଅଫଲାଇନରେ ଉପଲବ୍ଧ । ଡିଜେ ନାଇଟ ସାଙ୍ଗକୁ ଆର୍କଷଣୀୟ ଇଭେଣ୍ଟ, ଭରପୁର ଖାଇବା ପିଇବାର ମଜା ଉପଭୋଗ କରି ପାରିବେ ରାଜଧାନୀବାସୀ। ଦାଣ୍ଡିଆ ନାଇଟ ଆହୁରି ରଙ୍ଗୀନ କରିବ ପାରମ୍ପରିକ, ଟ୍ରେଡିଙ୍ଗ ଗୀତ ସହ ଲୋକପ୍ରିୟ ଓଲିଉଡ଼ କଣ୍ଠଶିଳ୍ପୀଙ୍କ ଗୀତ । କଣ୍ଠଶିଳ୍ପୀଙ୍କ ତାଳେ ତାଳେ ମଧ୍ୟ ଝୁମିବେ ରାଜଧାନୀବାସୀ । 

ତେବେ ପ୍ରଥମ ଥର ପାଇଁ ଡ୍ରିମ ଇଭେଣ୍ଟ ଦାଣ୍ଡିଆ ନାଇଟ୍ସର ଆୟୋଜନ କରିଥିବା ବେଳେ ଲୋକମାନଙ୍କୁ ଏହା ନିଶ୍ଚୟ ନିଆରା ଏକ ଅନୁଭୂତି ଆଣିଦେବ ସହ ମନୋରଞ୍ଜନର ଖୋରାକ ଯୋଗାଇବା ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଆୟୋଜକ ।ଏହି ଅବସରରେ ମାରୁଆଡ଼ି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଫ୍ରି ହେଲଥକ୍ୟାମ୍ପର ଆୟୋଜନ ମଧ୍ୟ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ....ରାଜଧାନୀରେ ଜମିବ ଦାଣ୍ଡିଆ, ୧୯ରୁ ଉତ୍ସବ ଆରମ୍ଭ

ଇଟିଭି ଭାରତ,ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.