ଓଡିଶାରେ ରହିଛି ପ୍ରାକୃତିକ ସମ୍ପଦର ସମ୍ଭାବନା, ସଦୁପଯୋଗ ହୋଇପାରିଲେ ବିକାଶ ସମ୍ଭବ: ରାଷ୍ଟ୍ରପତି - ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
🎬 Watch Now: Feature Video
ଭୁବନେଶ୍ବର: ଦେଶର କଳା, ଭାସ୍କର୍ଯ୍ୟ କ୍ଷେତ୍ରରେ ମଧ୍ୟ ଓଡିଶାର ସ୍ବତନ୍ତ୍ର ସ୍ଥାନ ରହିଛି । ଓଡିଶା ଏକ ନଦୀ ମାତୃକା ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ । ଓଡିଶାର ସୂଦୀର୍ଘ ଉପକୂଳ ଓ ବେଳାଭୂମି ରହିଛି । ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ଓ ଜଳ ସମ୍ପଦରେ ମଧ୍ୟ ଓଡିଶା ପରିପୂର୍ଣ୍ଣ । ନୌବାଣିଜ୍ୟ କ୍ଷେତ୍ରରେ ଓଡିଶାରେ ସମୃଦ୍ଧ ପରମ୍ପରା ମଧ୍ୟ ରହିଛି । ପ୍ରାକୃତିକ ସମ୍ପଦର ସଦୁପଯୋଗ ହୋଇପାରିଲେ ଓଡିଶା ଦେଶର ବିକଶିତ ରାଜ୍ୟ ହୋଇପାରିବ । ସମାଜର ଶେଷଶ୍ରେଣୀର ପଛୁଆ ଲୋକ ପାଖରେ ବିକାଶ ପହଞ୍ଚିବା ଆବଶ୍ୟକ । ଭାରତୀୟ ସମାଜର ଉତ୍ଥାନ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ଜୟ ପ୍ରକାଶ ନାରାୟଣ ପ୍ରମୁଖଙ୍କ ଭୂମିକା ଅତୂଳନୀୟ । ସମାଜର ଶେଷ ଧାଡିର ଉତ୍ଥାନ ହୋଇପାରିଲେ ତାହା ହିଁ ପ୍ରକୃତ ବିକାଶ ହେବ । ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହତ୍ସୋବ ପାଳନ କରୁଛି । ସେହିପରି 14 ବର୍ଷ ପରେ ଓଡିଶା ମଧ୍ୟ ପ୍ରଥମ ଭାଷା ଭିତ୍ତିକ ରାଷ୍ଟ୍ର ଭାବେ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ରାଷ୍ଟ୍ରପତି କହିଛନ୍ତି (President murmu odisha visit)। ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:31 PM IST