ପାରାଦ୍ୱୀପରେ ମହାମହିମ, ବୋଇତ ବନ୍ଦାପନା କଲେ ମେରାଇନ ସାଇଟ ବୁଲିଲେ - ପାରାଦ୍ବୀପରେ ରାଷ୍ଟ୍ରପତି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 27, 2023, 3:08 PM IST

ଜଗତସିଂହପୁର/ପାରାଦ୍ବୀପ: ପାରାଦ୍ୱୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ବୋଇତ ବନ୍ଦାପନା କରିଛନ୍ତି ରାଷ୍ଟ୍ରପତି । ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ଓଡ଼ିଶାର ନୌବାଣିଜ୍ୟର ପରମ୍ପରା ଅତି ମହାନ ବୋଲି ଅବିହିତ କରିଥିଲେ । କୋଷ୍ଟ ଗାର୍ଡ, ଭାରତୀୟ ନୌବାହିନୀ ପକ୍ଷରୁ ଏକ ଜାହାଜରେ ରାଷ୍ଟ୍ରପତି କିଛି ସମୟ ନୌବିହାର କରିଥିଲେ । କୋଷ୍ଟଗାର୍ଡ ଜାହାଜରେ ମେରାଇନ ସାଇଟ ବୁଲିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ନୌବିହାର କରିବା ସମୟରେ ବନ୍ଦେ ମାତରମ,ଭାରତ ମାତାକି ଜୟ ଧ୍ବନୀରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଏହା ପରେ ରାଷ୍ଟ୍ରପତି ବୋଇତ ବନ୍ଦାଣ ଉତ୍ସବରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ନେହେରୁ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । କିଛି ସମୟ ବିଶ୍ରାମ ନେଇ ଅପରାହ୍ନ 3ଟା 30ରେ ଭୁବନେଶ୍ବର ଅଭିମୁଖେ ବାହାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହା ବି ପଢନ୍ତୁ...ପାରାଦ୍ବୀପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରୋଟୋକଲ ଭାଙ୍ଗିଲେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.