ହକ ପାଇଁ ଚାଷୀ ମେଳି, ନବନିର୍ବାଣ କୃଷକ ସଂଗଠନର ବ୍ଲୁପ୍ରିଣ୍ଟ ଆରମ୍ଭ - ଚାଷୀ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା
🎬 Watch Now: Feature Video
ଖୋର୍ଦ୍ଧା: ଆଉ ଦିନ କେଇଟା ପରେ 2024 ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ତାଙ୍କର ସମରସଜା ଆରମ୍ଭ କଲେଣି । ସେହିଭଳି ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ନେତା ଅଙ୍କ କଷିଲେଣି । ଆଉ ଏତିକି ବେଳେ ଚାଷୀ ନୂଆ କରି ଗଠନ କରିଥିବା ବିଆରଏସ ଦଳରେ ମଧ୍ୟ ସୃଷ୍ଟି ହେଲାଣି ହଟଚମଟ । ରାଜ୍ୟରେ କିଭଳି ଚାଷୀ ସରକାର କରିବେ ଏବଂ ଚାଷୀ ସରକାର ଓଡ଼ିଶାରେ ଶାସନ ଗାଦିରେ ବସିବ ସେନେଇ ବ୍ଲୁପ୍ରିଣ୍ଟ ଆରମ୍ଭ କରିଦେଲାଣି ନବନିର୍ମାଣ କୃଷକ ସଂଗଠନ । ସଂଗଠନର କର୍ମକର୍ତ୍ତା ଗାଁକୁ ଯାଉଛନ୍ତି ଆଉ ଚାଷୀମାନଙ୍କୁ ଡାକି ମେଳି କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଆଉ ରାଜନୀତିକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଚାଷୀ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛନ୍ତି । ଚାଷୀମାନଙ୍କୁ ଏକାଠି କରି କିଭଳି ଚାଷୀଙ୍କ ସରକାର ଆସିବ ଏବଂ ଚାଷୀ ସେମାନଙ୍କ ହକ୍ ପାଇବେ ସେନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଇଟିଭି ଭାରତ,ଖୋର୍ଦ୍ଧା