thumbnail

By ETV Bharat Odisha Team

Published : Aug 26, 2023, 5:03 PM IST

ETV Bharat / Videos

Pragyan Rover: ଶିବଶକ୍ତି ପଏଣ୍ଟରେ ବୁଲୁଛି ପ୍ରଜ୍ଞାନ, ଦେଖନ୍ତୁ ଏଥର ନୂଆ କଣ ?

ବେଙ୍ଗାଲୁରୁ: ଚନ୍ଦ୍ରର ଆହ୍ବାନପୂର୍ଣ୍ଣ ଦକ୍ଷିଣ ମେରୁରେ 23 ତାରିଖରେ ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବା ପରେ ରୋଭର ‘ପ୍ରଜ୍ଞାନ’ ତାର କାର୍ଯ୍ୟ ଆରମ୍ଭ କରିସାରିଛି । ଲ୍ୟାଣ୍ଡର ‘ବିକ୍ରମ’ ଲ୍ୟାଣ୍ଡ କରିଥିବା ସ୍ଥାନକୁ ଭାରତ ପକ୍ଷରୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମିତ କରାଯାଇଛି । ତେବେ ରୋଭର ପ୍ରଜ୍ଞାନ ଏହି ପଏଣ୍ଟରେ ବିଚରଣ କରି ଗବେଷଣା ଆରମ୍ଭ କରିଛି । ପୂର୍ବରୁ ଏକ ଭିଡିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଥିଲା । ଉକ୍ତ ଭିଡିଓରେ ରୋଭର ଲ୍ୟାଣ୍ଡରରୁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ଆଜି ଇସ୍ରୋ ଆଉ ଏକ ନୂଆ ଭିଡିଓ ଜାରି କରିଛି । ଯେଉଁଥିରେ ରୋଭର ‘ପ୍ରଜ୍ଞାନ’ କିଛି ଦୂର ପର୍ଯ୍ୟନ୍ତ ଯାଇ ବିଚରଣ କରୁଥିବା ସହ ନିଜର ଗତିପଥ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । 14ଦିନ ପର୍ଯ୍ୟନ୍ତ ଏହା ଗବେଷଣା ଜାରି ରଖିବା ସହ ଇସ୍ରୋକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବ । ଯାହା ଉପରେ ସମଗ୍ର ବିଶ୍ବର ନଜର ରହିଛି । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଜୀବନ ସତ୍ତାର ସର୍ବାଧିକ ସମ୍ଭାବନାକୁ ବିଶ୍ବ ମହାକାଶ ବିଜ୍ଞାନୀ ଏଡାଇ ପାରିନାହାନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.