ମାଉସୀ ମା' ହାତରୁ ପୋଡ଼ପିଠା ଖାଇଲେ ମହାପ୍ରଭୁ

By

Published : Jun 28, 2023, 4:49 PM IST

thumbnail

ପୁରୀ: ନବଦିନାତ୍ମକ ଲୀଳା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାପ୍ରଭୁ । ଆଗପଛ ହୋଇ ବଡ଼ଦାଣ୍ଡରେ ଗଡୁଛି ତିନି ରଥ । ଆଗେ ଆଗେ ଭଡ଼ଭାଇଙ୍କ ତାଳଧ୍ବଜ ରଥ ଚାଲିଛି । ପଛେପଛେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଗହଳି ଲଗାଇ ଧୀରେଧୀରେ କାଳିଆସୁନାର ନନ୍ଦିଘୋଷ ଗଡୁଛି । 

ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି । ହୁଳହୁଳି ଓ ଘଣ୍ଟ ନାଦରେ କମ୍ପୁଛି ବଡ଼ଦାଣ୍ଡ । ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ ହୋଇଛନ୍ତି । ପରମ୍ପରା ଅନୁସାରେ, ଶ୍ରୀମନ୍ଦିର ଯିବା ରାସ୍ତାରେ ମାଉସୀ ମାଆ ମନ୍ଦିର ନିକଟରେ ଅଟକି ପ୍ରିୟ ପୋଡ଼ପିଠା ଖାଇଲେ ଚକାନୟନ । ପୋଡ଼ପିଠା ଖାଇ ଶ୍ରୀଜିଉ ପୁଣି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି । ଚଳିତ ଥର ସଅଳ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଟଣା । ଗଜପତି ମହାରାଜ ଦିବ୍ୟସିଂହଙ୍କ ଛେରାପହଁରା ପରେ ତିନି ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.