thumbnail

Mann Ki Baat @100: 100ତମ ଏପିସୋଡ୍‌ ରେକର୍ଡ କଲେ ପ୍ରଧାନମନ୍ତ୍ରୀ, କାଲି ପ୍ରସାରଣ

By

Published : Apr 29, 2023, 7:58 PM IST

Updated : Apr 29, 2023, 8:40 PM IST

ନୂଆଦିଲ୍ଲୀ: 100ତମ ଏପିସୋଡରେ ପାଦ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ । ଆସନ୍ତାକାଲି (ରବିବାର) ଏହି ଲୋକପ୍ରିୟ କାର୍ଯ୍ୟକ୍ରମର 100ତମ ଏପିସୋଡ ପ୍ରସାରିତ ହେବାକୁ ଯାଉଛି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ଏହାର ରେକର୍ଡିଂ ସାରିଛନ୍ତି । 2014 ଅକ୍ଟୋବର 3 ତାରିଖରେ ଅଲ ଇଣ୍ଡିଆ ରେଡିଓରେ ଏହାର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ଗତ 9ବର୍ଷ ମଧ୍ୟରେ ଏହା ସମଗ୍ର ଦେଶରେ ବେଶ ଲୋକପ୍ରିୟତା ସାଉଁଟି ସାରିଛି । ଦେଶର ସାମ୍ପ୍ରତିକ ସ୍ଥିତି, ଘଟଣାବଳୀ ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ପାର୍ବଣ ଓ ବିଭିନ୍ନ ବିଶିଷ୍ଟ ତଥା ଉଦ୍ୟମି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ବହୁବାର ଗଣମାଧ୍ୟମର ସିରୋନାମା ପାଲଟିଛି । ରିପୋର୍ଟ ଅନୁସାରେ ଦେଶରେ ଅନ୍ୟୁନ 100 କୋଟିରୁ ଅଧିକ ଲୋକେ ଅନ୍ତତଃପକ୍ଷେ ଥରେ ଲେଖାଏଁ ଏହି କାର୍ଯ୍ୟକ୍ରମକୁ ଶୁଣିସାରିଛନ୍ତି । ଏହି ଐତିହାସିକ ସାପ୍ତାହିକ ପ୍ରସାରିତ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ଆସନ୍ତାକାଲି (ରବିବାର) 100ତମ ଏପିସୋଡରେ ପାଦ ଦେବାକୁ ଯାଉଛି । ଯାହାର ରେକର୍ଡିଂ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଖନ୍ତୁ ଭିଡିଓ 

Last Updated : Apr 29, 2023, 8:40 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.