thumbnail

By ETV Bharat Odisha Team

Published : Jan 12, 2024, 3:36 PM IST

ETV Bharat / Videos

ମୋଦିଙ୍କ ନାଶିକ ଗସ୍ତ, କାଲାରାମ ମନ୍ଦିରରେ କଲେ ପୂଜାର୍ଚ୍ଚନା

Modi Prayers at Kalaram Mandir ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଗସ୍ତରେ ରହିଛନ୍ତି । ଏହି ସମୟରେ ନାଶିକରେ ଏକ ରୋଡ ଶୋ’ କରିଛନ୍ତି । ଏହାପରେ ନାଶିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ନାଶିକରେ ରୋଡ ଶୋ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାଓ୍ବାର ସାମିଲ ରହିଥିଲେ । ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ମୋଦି ଗୋଦାବରୀ ନଦୀ କୂଳରେ ଉପସ୍ଥିତ ରାମକୁଣ୍ଡରେ ପୂଜାର୍ଚ୍ଚନାକରିଥିଲେ । ତେବେ ମୋଦି ନାଶିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଝାନଝ ନାମକ ଏକ ବାଦ୍ୟଯନ୍ତ୍ର ବଜାଉଥିବା ବେଳେ ଅନେକ ପୁରୋହିତ ରାମ ଭଜନ ଗାଉଥିବା ନଜର ଆସିଛନ୍ତି । ମନ୍ଦିରର ପୁରୋହିତମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ରାମାୟଣର 'ଯୁଦ୍ଧ କାଣ୍ଡ' ପାଠ କରିଥିଲେ । ମରାଠି ଭାଷାରେ ଏହି ଗାନ କରାଯାଉଥିବା ବେଳେ ମୋଦି ଏଆଇ ଟେକ୍ନୋଲୋଜି ଦ୍ବାରା ଅନୁବାଦ କରି ହିନ୍ଦୀରେ ଶୁଣିଥିଲେ । ଏହାପରେ ମୋଦି ଗୋଦାବରୀ ନଦୀ କୂଳରେ ରାମକୁଣ୍ଡ ପରିଦର୍ଶନ କରିଥିଲେ । ଏଠାରେ ତାଙ୍କୁ ପାରମ୍ପାରିକ ପଗଡି ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସେଠାରେ ଜଳ ପୂଜା ଏବଂ ଆଳତୀ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମୋଦିଙ୍କ ସ୍ବତନ୍ତ୍ର ଅଡିଓ ସନ୍ଦେଶ; ପାଳିଲେ ୧୧ ଦିନିଆ ବ୍ରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.