ରାଉରକେଲାରେ ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ, ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟକ୍ତି

🎬 Watch Now: Feature Video

thumbnail

By

Published : Mar 18, 2023, 2:09 PM IST

ରାଉରକେଲା: ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବ । ରାଇରକେଲାରେ ପେଟ୍ରୋଲର ଅଭାବ ଦେଖାଦେଇଛି । ବନ୍ଦର ପ୍ରଭାବରେ ଲୋକଙ୍କୁ ପେଟ୍ରୋଲ ମିଳୁନଥିବା ବେଳେ ଏହାର ଲାଭ ଉଠାଉଛନ୍ତି ଅସାଧୁ ଲୋକ । ବ୍ଲାକରେ ଚଢା ଦରରେ ବିକ୍ରି କରୁଛନ୍ତି । 

ରାଉରକେଲା ସହରରେ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଅଭାବୀ ଦେଖିବାକୁ ମିଳିଛି । କିଛି ପେଟ୍ରୋଲ ପମ୍ପରେ ତେଲ ମିଳୁଥିବା ବେଳେ କିଛି ପେଟ୍ରୋଲ ପମ୍ପରେ ତେଲର ଅଭାବ ଦେଖିବାକୁ ମିଳିଛି । ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନାହିଁ । ତେବେ ଏହି ପେଟ୍ରୋଲର ଅଭାବୀ ସମୟରେ କିଛି ଅସାଧୁ ବ୍ୟକ୍ତି ଏହାର ଲାଭ ଉଠାଉଛନ୍ତି । ପେଟ୍ରୋଲ ପମ୍ପ ରାସ୍ତା କଡ଼ରେ ଚଢା ଦରରେ କିଛି ଲୋକ ପେଟ୍ରୋଲ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ପେଟ୍ରୋଲରେ ପାଣି ମିଶାଇ ଏହାକୁ ସ୍ପୀଡ଼ ବା ପ୍ରିମିୟମ ପେଟ୍ରୋଲ କହି ପେଟ୍ରୋଲର ଦର ନିର୍ଦ୍ଧାରଣ ହେଉଛି । ଚାହିଦା ଅନୁସାରେ ଦର ନିର୍ଦ୍ଧାରିତ କରୁଥିବା ନଜର ଆସିଛି । ଗୋଟେ ଲିଟର ପିଛା ପ୍ରାୟ ୧୪୦, ୧୫୦ ଏବଂ କେତେକ ସମୟରେ ଲିଟର ପିଛା ୨୦୦, ୩୦୦ ଟଙ୍କା ଯାଏଁ ବିକ୍ରି କରୁଛନ୍ତି ଅସାଧୁ ଲୋକେ । ଏଭଳି ପେଟ୍ରୋଲର ଅଭାବୀ ସମୟରେ ରାଉରକେଲା ପୋଲିସ ପ୍ରଶାସନ ଏଭଳି ଅସାଧୁ ବ୍ୟକ୍ତିଙ୍କ ଉପରେ ନଜର ନରଖିଲେ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.