ଦାବି ଶୁଣିଲେ ସରକାର, ଆନ୍ଦୋଳନରୁ ଓହରିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

🎬 Watch Now: Feature Video

thumbnail

ଭବାନୀପାଟଣା:  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛନ୍ତି ପିଇଓ ସଂଘ । ସରକାର ଏନେଇ ମନ୍ତ୍ରୀ ମଣ୍ଡଳରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ପିଇଓ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ..ପଞ୍ଚାୟତ ନିର୍ବାହୀ ଅଧିକାରୀ ଆନ୍ଦୋଳନରେ ସାମିଲ ହେଲା ବିଜେପି

ଜିଲ୍ଲା ପିଇଓ ସଂଘ ସଭାପତି କୃଷ୍ଣ ସାହୁ କହିଛନ୍ତି,"ତୃଣମୂଳ ସ୍ତରରେ କାର୍ଯ୍ୟ କରି ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମ କାର୍ଯ୍ୟ । ହେଲେ ଆମକୁ ଗୁରୁତ୍ବ ଦିଆଯାଉ ନଥିଲା । ଆମର ଦୁଇଟି ଦାବି ରହିଥିଲା ଯୋଗ୍ୟତା ଦ୍ୱାଦଶରୁ ଯୁକ୍ତ ତିନି କରିବା ଓ ଲେବେଲ ୫ରୁ ଲେବେଲ୍ ୯କୁ ବୃଦ୍ଧି । ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ୧୦ ବର୍ଷ ଚାକିରି ପରେ ପଦୋନ୍ନତି ଆଦି ଦାବି ସରକାରଙ୍କ ନିକଟରେ କରିଥିଲୁ । ସରକାର ଏହି ଦାବିକୁ ମାନି ନେଇଛନ୍ତି ଏଥି ପାଇଁ ଆମେ ବହୁତ ଖୁସି ।" 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.